ପରୀତକ୍ତ କୂଅରେ ପଡ଼ିଲା ହାତୀ ଛୁଆ: ୨ଘଣ୍ଟା ପରେ ବନ ବିଭାଗ ଦ୍ଵାରା ଉଦ୍ଧାର …

add-all


ଫୁଲବାଣୀ :- ପୁଣି ବିପଦରେ ଗଜ, ଏକ ଛୁଆ ହାତୀ ପୁଣି ଗଳି ପଡ଼ିଲା ଏକ ପରିତକ୍ତ କୂଅ ରେ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜର ପକାରୀ ପଞ୍ଚାୟତ ଜିରୀଙ୍ଗପଡ଼l ଗ୍ରାମ ନିକଟ ବିଲମାଳରେ ଥିବା କୂଅ ରେ ଏକ ହାତୀ ଛୁଆ ପଡିଥିବା ଦେଖିଥିଲେ ଗ୍ରାମ ବାସୀ । ସୁଚନା ଅନୁସାରେ ବିଲମ୍ବିତ ରାତିରେ ପ୍ରାୟ ୧୦ ଟିକିଆ ହାତୀପଲ ଆମ୍ବ ଓ ପଣସ ଖାଇବା ପାଇଁ ଆସିଥିଲେ । ହାତୀପଲ ମଧ୍ୟରେ ରହିଥିଲା ଏକ ଛୁଆ ହାତୀ । ହାତୀପଲ ପାହାନ୍ତିଆ ରେ ଜଙ୍ଗଲକୁ ଫେରୁଥିବା ବେଳେ ଏକ ପରିତକ୍ତ କୂଅରେ ପଡିଥିଲା ହାତୀ ଛୁଆ । ଖବର ପାଇଁ ଘଟଣା ସ୍ଥଳକୁ ଫିରିଙ୍ଗିଆ ରେଞ୍ଜର ସହ ଏକ ଟିମ ଯାଇଥିବା ବେଳ କିଭଳି ହାତୀ ଛୁଆ କୁ ଉଦ୍ଧାର କରାଯିବ ତତ୍ପରତା ଦେଖାଇ ଥିଲେ,ବନ କର୍ମଚାରୀ ମାନେ ସଙ୍ଗେ ସଙ୍ଗେ ଗୋଟିଏ ଜେସିବି ମେସିନ ନେଇଁ କୂଅ ର ମାଟି ବାହାର କରି ରାସ୍ତା କରିବା ପରେ ଛୁଆ ହାତୀ ସୁରକ୍ଷିତ ଭାବେ କୂଅରୁ ବାହାରି ଜଙ୍ଗଲକୁ ଯାଇଥିବା ସୂଚନା କାରଣ ସେହି ନିକଟରେ ଅପେକ୍ଷା କରି ଥିବା ୬ ଟିକିଆ ହାତୀ ପଲ ସହିତ ଛୁଆ ହାତୀ ଜଙ୍ଗଲକୁ ସୁରକ୍ଷିତ ଭାବେ ଯାଇଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ରେଞ୍ଜର ବିଜୟ କୁମାର ମଲ୍ଲିକ ।ତେବେ ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ବନ ବିଭାଗର ପ୍ରାୟ ୧୫ ଜଣିଆ ଟିମ ବହୁ ସତର୍କତାର ସହିତ ବାଣ, ଲାଇଟ, ନିଆଁ ଲଗାଇବା ସରଞ୍ଜାମ ସହିତ ଜେସିବି ମେସିନ ନେଇଁ ପ୍ରାୟ ୨ ଘଣ୍ଟା ଧରି କୂଅ ମାଟି ବାହାର କରି ରାସ୍ତା କରିବା ପରେ ହାତୀଟି ଅତି ଯତ୍ନ ରେ କୂଅ ରୁ ବାହାର କରାଯାଇଛି ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.