୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ କେନ୍ଦ୍ରାପଡ଼ା ଡେରାବିଶ ଏବିଇଓ

add-all

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ପଡ଼ିଗଲେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଷ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନୀ ବିହାରୀ ସିଂଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କ ପାଖରୁ ୫ହଜାର ଟଙ୍କା ଜବତ କରିଛି ଓ ଏହାସହ ତାଙ୍କୁ ପଚରାଉଚରା କରୁଛି।

ବିପିନ ବକେୟା ଦରମା କରେଇ ଦେବା ପାଇଁ ଭାଗବତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କୁ ୫ହଜାର ଟଙ୍କା ମାଗିଥିଲେ। ଏନେଇ ଅନିରୁଦ୍ଧ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀ ବିପିନଙ୍କ ଅଫିସରେ ପ୍ରସ୍ତୁତ ହୋଇ ରହିଥିଲେ। ଆଜି ନିଜ ଅଫିସରେ ଅନିରୁଦ୍ଧଙ୍କ ଠାରୁ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ କର୍ମଚାରୀ ବିପିନଙ୍କ ପୈତୃକ ଘର ଓ ବାସଭବନରେ ଚଢ଼ାଉ କରିଛନ୍ତି।

ad-week
Leave A Reply

Your email address will not be published.