ଆଗୁଆ ଚାଲିଛି ରଥ ନିର୍ମାଣ, ୩ ରଥର ଉଠିଲା ଚାରି ନାହାକା

add-all

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି। ଆଜି ୩ ରଥର ଚାରି ନାହାକା ଉଠିଛି। ଯୋଜନା ଅନୁଯାୟୀ, ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣମୀ ଦିନ ୩ ରଥର ଚାରି ନାହାକା ଉଠିଥାଏ। କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ ସରିଛି। ୪ ଦିନ ପୂର୍ବରୁ ଚାରି ନାହାକା ଉଠିଛି। ଏହା ପରେ ରଥର ଉପରି ଭାଗ ନିର୍ମାଣ କାର୍ଯ୍ୟ ଚାଲିବ।

ଅନ୍ୟପଟେ ଆସନ୍ତା ୧୪ ତାରିଖ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ମାର୍କେଟ ଛକରୁ ବ୍ୟାରିକେଡ୍‌ ହେବ। ସେହିପରି ଶ୍ରୀନଅର ନିକଟରୁ ହେବ ଜିକଜ୍ୟାକ୍‌ ବ୍ୟାରିକେଡ୍‌। ଉଭୟ ବ୍ୟାରିକେଡ୍‌ ଓ ବଡ଼ଦାଣ୍ଡରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ୬ଟି ପାର୍କିଂ ସ୍ଥଳ କରାଯାଇଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି। ବୈଠକରେ ଜିଲ୍ଲାପାଳ ଓ ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.