ଭିଜିଲାନ୍ସ ପୋଲିସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କୃତ

add-all

କଟକ: ସମ୍ବଲପୁର ଭିଜିଲାନ୍ସ ଡିଭିଜନର ପୋଲିସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ମାନସୀଙ୍କୁ ଚାକିରୀରୁ ପୋଲିସ ଡିଜି ବହିଷ୍କାର କରିଛନ୍ତି। ମେ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ଲାଞ୍ଚ ନେଇ ସେ ଧରାପଡିଥିଲେ। ଜଣେ ଅଫିସରଙ୍କ ନାମରେ ଥିବା କେସକୁ ରଫାଦଫା କରିବା ପାଇଁ ସେ ଲାଞ୍ଚ ନେଉଥିଲେ ।

ବରଗଡର ମୁକେଶ ସାହୁଙ୍କ ମଧ୍ୟସ୍ଥିରେ ଲାଞ୍ଚ ନେଉଥିଲେ। ଏହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ବର୍ତ୍ତମାନ ସେ ଜେଲରେ ଅଛନ୍ତି।।

ad-week
Leave A Reply

Your email address will not be published.