ନନ୍ଦିଘୋଷ ରଥରେ ଫାଟ, ବଦଳିବ ପଛ ବ୍ରେକ୍‌ ଅଖ

add-all

ପୁରୀ: ନନ୍ଦିଘୋଷ ରଥରେ ଫାଟ। ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ୍‌ ଅଖ। ଅଖରେ ଫାଟ ଯୋଗୁ ଏହାକୁ ବଦଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗତକାଲି ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଥିବା ପାଇଁ କ୍ଲାମ୍ପ ଲଗାଇଥିଲେ। କିନ୍ତୁ ରଥଯାତ୍ରା ସମୟରେ ଏହି ଅଖ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ଏହାକୁ ବଦଳାଯାଉଛି।

ସୂଚନାଯୋଗ୍ୟ ଯେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି। ଆଜି ୩ ରଥର ଚାରି ନାହାକା ଉଠିଛି। ଯୋଜନା ଅନୁଯାୟୀ, ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣମୀ ଦିନ ୩ ରଥର ଚାରି ନାହାକା ଉଠିଥାଏ। କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ ସରିଛି। ୪ ଦିନ ପୂର୍ବରୁ ଚାରି ନାହାକା ଉଠିଛି। ଏହା ପରେ ରଥର ଉପରି ଭାଗ ନିର୍ମାଣ କାର୍ଯ୍ୟ ଚାଲିବ।

ad-week
Leave A Reply

Your email address will not be published.