ବାରବାଟୀ ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ: DCP

Independence

କଟକ: ସୁରକ୍ଷା ବଳୟରେ ବାରବାଟୀ । ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ। ଫୋପାଡିଲା ଭଳି କୌଣସି ବସ୍ତୁ ମଧ୍ୟ ନେଇପାରିବେନି । ପାଣି ବୋତଲ, ହେଲମେଟ୍‌, ଲାଇଟର, ବାଡ଼ି ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟାରେ ବାରବାଟୀ ଷ୍ଟାଡିୟମ ଗେଟ୍‌ ଖୋଲିବ। କେଉଁ ଗ୍ୟାଲେରୀକୁ କେଉଁ ଗେଟ୍‌ରେ ଯିବେ ତାହା ଟିକେଟରେ ଉଲ୍ଲେଖ କରାଯାଇଛି।

ମୋବାଇଲ ଛଡ଼ା ଅନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ ନେବାକୁ ମଧ୍ୟ ବାରଣ କରାଯାଇଛି। ‘ନୋ ମାସ୍କ ନୋ ଏଣ୍ଟ୍ରି’କୁ ଗୁରୁତ୍ୱ ଦିଆଯିବ ବୋଲି କଟକ DCP ସୂଚନା ଦେଇଛନ୍ତି। ଶୃଙ୍ଖଳିତ ମ୍ୟାଚ୍‌ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଲେ DCP।

ad-week
Leave A Reply

Your email address will not be published.