ମଣ୍ଡଳ ସମ୍ପାଦକଙ୍କ ମାତୃବିୟୋଗ, ଅଞ୍ଚଳରେ ଶୋକର ଛାୟା

add-all

ଦାରିଙ୍ଗବାଡି, (୧୨/୦୬) : ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବିଜେପି ମଣ୍ଡଳ ସମ୍ପାଦକ ଗଣେଷ ଡାକୁଆଙ୍କ ମା ପୂର୍ଣବାସୀ ଡାକୁଆ(୬୩) ବର୍ଷ ବୟସରେ ସ୍ୱାମୀ ପୁରେନ୍ଦ୍ର ଡାକୁଆଙ୍କ ଉପସ୍ଥିତିରେ ମୃତ୍ୟୁ ବରଣ କରିଛନ୍ତି। ଶନିବାର ରାତ୍ର ୧୧ଘଣ୍ଟିକା ସମୟରେ ଛାତି ଯନ୍ତ୍ରଣା ହେବା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ, ସଙ୍ଗେ ସଙ୍ଗେ ବ୍ରାହ୍ମଣୀଗାଁ ଡାକ୍ତର ଖାନାକୁ ପରିବାର ବର୍ଗ ନେଇକି ଗଲେ। ହେଲେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି। ମୃତ୍ୟୁ ସମୟରେ ପରିବାର ସଦସ୍ୟ ସମସ୍ତେ ଉପସ୍ଥିତ ରହି ଥିଲେ। ସେ ଈଶ୍ୱର ବିଶ୍ୱାସୀ, ଧର୍ମ ପରାୟଣ ପରୋପକାରୀ ମହିଳା ଥିଲେ। ଏଣୁ ବ୍ରାହ୍ମଣୀଗାଁ ରେ ଶୋକର ଛାୟା ଖେଳି ଯାଇଛି, ସକାଳ ପ୍ରାୟ ୭ଟା୩୦ରେ ବହୁ ଜନ ସମାବେଶରେ ଶେଷ କୃତ୍ୟ ସମ୍ପନ କରାଯାଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.