ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

add-all

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି। ବାରବାଟୀ ଷ୍ଟାଡିୟମରେ ଭାରତ- ଓ ସାଉଥ ଆଫ୍ରିକା ମଧ୍ୟରେ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଓଡ଼ିଶା ଆସିଥିବା ବେଳେ ନବୀନଙ୍କୁ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ଅତ୍ୟନ୍ତ ଆନନ୍ଦଦାୟକ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ ଯୋଗେ ଜଣାଇଛନ୍ତି। ପୂର୍ବରୁ ଭୁବନେଶ୍ୱରରେ ବିମାନବନ୍ଦର ବିମାନବନ୍ଦରରେ ସୌରଭ ଗାଙ୍ଗୁଲି ପହଞ୍ଚିବା ପରେ ହୋଟେଲ ମେ ଫେୟାର ଯାଇ କିଛି ସମୟ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ସେଠାରୁ କଟକ ବାରବାଟୀ ଯାଇଥିଲେ।

ad-week
Leave A Reply

Your email address will not be published.