ଓରମାସ ପକ୍ଷରୁ ପଞ୍ଚାୟତ ସ୍ତରରେ ମହିଳା ଉତ୍ପାଦିକା ଗୋଷ୍ଠିଙ୍କ ତାଲିମ ଶିବିର

add-all

ଦାରିଙ୍ଗବାଡ଼ି, (୧୨/୬) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତ ରେ ରହିଥିବା ସମସ୍ତ ମହିଳା ସଂଘର ଉତ୍ପାଦିକା ଗୋଷ୍ଠିର ସମସ୍ତ ସଦସ୍ୟାଙ୍କ ପାଇଁ ପଞ୍ଚାୟତ ସ୍ତରରେ ତାଲିମ କାର୍ଯ୍ୟକ୍ରମ ଜିଲା ଓରମାସ ପକ୍ଷରୁ ଚାଲୁ ରହିଥିବା ଜଣାପଡିଛି। ଅଞ୍ଚଳର ୮ଗୋଟି ଗ୍ରାମ ପଞ୍ଚାୟତ ଯଥା ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳି, ତାଜୁଙ୍ଗି, ହାତିମୁଣ୍ଡା, କାଟିଙ୍ଗିଆ, କୁମ୍ଭାରୀଗାଁ ଓ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ସମସ୍ତ ମହିଳା ସଙ୍ଘର ଉତ୍ପାଦିକା ଗୋଷ୍ଠିର ସଦସ୍ୟା ଙ୍କୁ ନେଇଁ ପଞ୍ଚାୟତ ସ୍ତରରେ ତାଲିମ ପ୍ରଦାନ କରାଯାଉଥିବା ଜଣାପଡିଛି। ଜିଲା ଓରମାସ ପକ୍ଷରୁ ଗାନ୍ଧି ସାହୁ ଓ ବସନ୍ତ କୁମାର ପ୍ରଧାନ ତାଲିମ ଦାତା ଭାବେ ନିୟୋଜିତ ହୋଇଛନ୍ତି। ଏହି ତାଲିମରେ ସଂଗଠନ ନେତୃତ୍ୱ ଓ ଗୋଷ୍ଠିର ପରିଚାଳନା ପଦ୍ଧତି ସମ୍ଵନ୍ଧରେ ନାଚ ଗୀତ ରେଖାଚିତ୍ର ଓ ଗଳ୍ପ ମାଧ୍ୟମରେ ଆଲୋଚନା କରାଯାଇ ଗୋଷ୍ଠି ସଚେତନ କରା ଯାଉ ଥିବା ଜଣାପଡିଛି। ମୁଖ୍ୟତଃ ଉତ୍ପାଦିକା ଗୋଷ୍ଠିର ଲକ୍ଷ ଅର୍ଥାତ ମିଳିତ ଭାବେ ରହିବା, ମିଳିତ ଭାବେ କାମ କରିବା ଓ ମିଳିତ ଭାବେ ରୋଜଗାର କରିବା ଉପରେ ତାଲିମ ଦିଆଯାଉଥିବା ଜଣାପଡିଛି। ଗତ କାଲି ବ୍ରାହ୍ମଣୀଗାଁ ପଞ୍ଚାୟତ ଅଧିନସ୍ତ ପୁଇଗୁଡା ଗ୍ରାମର ୫ଟି ମହିଳା ସଂଘର ଉତ୍ପାଦିକା ଗୋଷ୍ଠିଙ୍କୁ ନେଇ ଶ୍ରୀମତୀ ରଞ୍ଜିତା ରାଜଗୁରୁଙ୍କ ନେତୃତ୍ୱରେ ତାଲିମ ପ୍ରଦାନ କରାଯାଇ ଥିବା ଜଣାପଡିଛି।

ad-week
Leave A Reply

Your email address will not be published.