ପାଚିକା ସହାୟିକା ସଙ୍ଘ ପକ୍ଷରୁ ରାଲି ଓ ବିକ୍ଷୋଭ

add-all

ଫୁଲବାଣୀ (୧୩/୬) : ବିଭିନ୍ନ ଦାବୀ ପୂରଣ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ସୋମବାର ଏକ ରାଲି ମାଦୀକୁନ୍ଦା ଛକରୁ ବାହାରି ବିଜୁ ପଟନାୟକଛକ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପରେ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।
ସେମାନଙ୍କ ଦାବୀ ମଧ୍ୟରେ ରହିଛି ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରିବା lସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନଲଗାଇବା, ବର୍ଷକୁ ୨ ହଳ ସାଢ଼ୀ ପ୍ରଦାନ, ଦଶ ମାସ ପରିବର୍ତେ ବର୍ଷକର ପାରିଶ୍ରମିକ ପ୍ରଦାନ, ପିଲା କମ ଥିବାରୁ ବାଦ ପଡିଥିବା ପାଚିକାଙ୍କୁ ପୁନଃ ନିଯୁକ୍ତି ଆଦି ଦାବୀ ଅନ୍ତର୍ଭୂକ୍ତ lସରକାର ଦାବୀ ପୂରଣ ନକଲେ ଆଗମୀଦିନରେ ଆନ୍ଦୋଳନକୁ ଯୋର ଦାର କରାଯିବ ବୋଲି ସଂଗଠକ ପପୁନ ସାହୁ, ଚେତାବନୀ ଦେଇଛନ୍ତି l

ad-week
Leave A Reply

Your email address will not be published.