ଅଜଣା ଗାଡି ଧକ୍କାରେ ୬ ଗାଈ ମୃତ

add-all

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଥାନା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୬ଟି ଗାଈଙ୍କର ମୃତ୍ୟୁ ଘଟିଛିା ଘଟଣାରୁ ପ୍ରକାଶ ଯେ, ଗାଈଗୋରୁ ପାଳୁଥିବା ବ୍ୟକ୍ତିି ମାନେ ସେମାନଙ୍କର ଗୋ ସମ୍ପଦକୁ ଗୁହାଳରେ ରଖିବା ପରିବର୍ତ୍ତେ ବାହାରକୁ ଛାଡି ଦେଉଛନ୍ତି। ଫଳରେ ଏହି ନିରିହ ଗାଈଗୋରୁ ରାଜପଥ ଉପରେ ଶୋଇ ରହୁଛନ୍ତି।

୧୬ ନମ୍ବର ଜାତୀୟ ରାଜପଥରେ ଦୃୃତ ଗତିରେ ରାତିରେ ଆସୁଥିବା ଗାଡି ଏହି ଗାଈଗୋରୁଙ୍କ ଉପରେ ଚଢି ଯିବା ଫଳରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଗତକାଲି ବିଳମ୍ବିତ ରାତିରେ କୌଣସି ଅଜଣା ଗାଡି ଏଭଳି ଦାରୁଣ ଦୃଶ୍ୟ ଘଟାଇ ଫେରାର ହୋଇଯାଇଥିବା ଜଣାପଡିଛିା ମୃତ ଗାଈଗୋରୁ ମାନଙ୍କୁ ସ୍ଥାନୀୟ ଜନସାଧାରଣ ଓ ଜାତୀୟ ରାଜପଥ କର୍ମଚାରୀଙ୍କ ସହାୟତାରେ ରାସ୍ତାରୁ ବାହାର କରାଯାଇଥିବା ଜଣାପଡିଛିା।

ad-week
Leave A Reply

Your email address will not be published.