ସ୍ନାନଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି

add-all

ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଜିଉଙ୍କ ଦେବ ସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଦୁଇବର୍ଷ ଭକ୍ତମାନେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି ।

ଅନ୍ୟପଟେ କରୋନାକୁ ନେଇ ଗାଇଡଲାଇନ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ଖରାରେ ଗହଳିରେ ଛିଡା ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କୋଭିଡ, ଡେଙ୍ଗୁ, ଅଂଶୁଘାତ ନିୟମ ପାଳନ ପାଇଁ ପରାମର୍ଶ ଦିଆଯାଇଛି । ଥଣ୍ଡାକାଶ ହେଉଥିଲେ ଗହଳିକୁ ନଯିବାକୁ କୁହାଯାଇଛି । ଏହା ସହ ବାହାରେ ରାତ୍ରୀଯାପନ କରୁଥିଲେ ମଶାରୀ ଲଗାଇବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ବାହୁଟ କଣ୍ଟ ସରିଥିବା ବେଳେ ଆଜି ପୂର୍ବାହ୍ଣରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଆଜି ଦଇତାପତିମାନଙ୍କ ଦ୍ବାରା ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ସେନାପଟା ଲାଗି କରାଯିବ। ସେନାପଟା ଲାଗି ନୀତି ପାଇଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଥିଲା। ଅନ୍ୟପଟେ ଘୋଷଯାତ୍ରା ନୀତି ପାଇଁ ଗତକାଲିଠୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ ଦଇତାପତି । ଆଜି ସେନାପଟା ଲାଗି ସମ୍ପାଦନା କରିବେ ।

ad-week
Leave A Reply

Your email address will not be published.