ବରଫ ଝଡ଼ର ସାମ୍ନା କରି ହାଂପ୍ତା ପାସ ଅରୋହଣ କଲେ ୨୪ ଓଡ଼ିଆ

add-all

ଭୁବନେଶ୍ବର: କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରିଲୋଫିଲିଆର ମିଳିତ ଆନୁକୂଲ୍ୟରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣ ପ୍ରତିଭାବାନ୍ ପର୍ବତାରୋହୀ ଜୁନ ୧୦ ତାରିଖ ଅପରାହ୍ନରେ ୧୪୦୬୫ ଫୁଟ ଉଚ୍ଚତା ବିଶିଷ୍ଠ ହାଂପ୍ତା ପାସ ଶୀର୍ଷରେ ବିଯୁକ୍ତ ୫ ଡିଗ୍ରି ସେଲ୍‌ସିୟସ୍‌ରୁ ବିଯୁକ୍ତ୧୦ ଡିଗ୍ରି ସେଲ୍‌ସିୟସ୍‌ ହାଡ଼ ଭଙ୍ଗା ଶୀତ ସହିତ ବରଫ ଝଡ଼କୁ ସାମ୍ନା କରି ଜାତୀୟ ପତାକା ଉଡ଼ାଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଆସିଷ୍ଟାଣ୍ଟ କମିସନର(ଆୟକର ବିଭାଗ) ହୃଦୟ ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ପୁଲିସ ଆଇ.ଜି.ପି ଅମିତାଭ ଠାକୁର ଶୁଭକାମନା ଜଣେଇଥିଲେ। କଳିଙ୍ଗ ଡେୟାରଡେଭିଲସର ସଭାପତି ଡ.ସତ୍ୟପୀର ପ୍ରଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଆରୋହଣକାରୀ ଦଳର ନେତୃତ୍ୱ ନେଇଥିଲେ।

ଉକ୍ତ ଦଳରେ ଭୁବନେଶ୍ୱରରୁ ଦେବବ୍ରତ ନାୟକ (୫୬), ପ୍ରକାଶ ଶତପଥୀ (୫୪), ଶୁଭଙ୍କର ମହାନ୍ତି, ଦୀପକ ରଞ୍ଜନ ଦଶ, ମିଲନ୍ ମନୋହର ପ୍ରିୟାର୍ଜନ, ଡମ୍ବରୁ ବେହେରା, କେନ୍ଦୁଝର ଜିଲ୍ଲାରୁ ଅରୁଣ କୁମାର ମହାନ୍ତ, କଳାହାଣ୍ଡି ଜିଲ୍ଲାରୁ ନୃସିଂହ ଚରଣ ପଣ୍ଡା, ସ୍ଵରାଜ ରାଉତ, କେଶବ ପାଣିଗ୍ରାହୀ, ଜ୍ୟୋତିଷ କୁମାର ବାଗ, ଅଭିଜିତ ଦାଶ, ଜିତେନ୍ଦ୍ର କୁମାର ନାଏକ, ଜିତେନ୍ଦ୍ର ସାହୁ, ଯଶୋବନ୍ତ ଧଙ୍ଗଡାମାଝୀ, ସୌମ୍ୟରଂଜନ ରାଉତ, ଠାକୁର ସେନାପତି, ନୂଆପଡା ଜିଲ୍ଲାରୁ ସଚିନ ବେହେରା, ଶୋଭନ ରଥ, ବଲାଙ୍ଗୀର ଜିଲ୍ଲାରୁ ଅମନ୍ ଛତ୍ରିଆ, ସୌରଭ ସମ୍ବିତ ତ୍ରିପାଠୀ, ଦେବଗଡ଼ ଜିଲ୍ଲାରୁ ବିଶ୍ୱଜିତ୍ ପାଢ଼ୀ ଏବଂ ରାଉରକେଲାରୁ ବିଶୁ ସିଂ ପ୍ରମୁଖ ଦଳର ସଦସ୍ୟ ଥିଲେ।

୮ ତାରିଖ ସକାଳୁ ଆରୋହଣ ପାଇଁ ହିମାଚଳ ପ୍ରଦେଶର ଯୋବ୍ରାଠାରୁ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ସର୍ବନିମ୍ନ ତାପମତ୍ରାର ପୋଷାକ ଏବଂ ସମସ୍ତ ଉପଯୋଗୀ ଉପକରଣ ସହିତ ସାହସିକତାର ସହ ଯାତ୍ରା କରିଥିଲେ। ୧୦ ତାରିଖ ଅପରାହ୍ନରେ ଶେଷ ଶିଖରରେ ପହଞ୍ଚି ଦେଶ ଆଉ ରାଜ୍ୟ ପାଇଁ ଗୌରବ ଆଣିଥିଲେ। ସୂଚନାଯୋଗ୍ୟ, ୧୩ ତାରିଖରେ ନୂଆଦିଲ୍ଲୀରେ କାର୍ଯ୍ୟକ୍ରମ ଶେଷ କରି ୧୫ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବ ଏହି ପର୍ବତାରୋହୀ ଦଳ।

ad-week
Leave A Reply

Your email address will not be published.