
ଫୁଲବାଣୀ :-କନ୍ଧମାଳ ଜିଲ୍ଲାର ଜଣାଶୁଣା ଡ୍ରଇଂ ଶିକ୍ଷକ ତଥା ବରିଷ୍ଠ ସମାଜସେବୀ ଦୁର୍ଗା ଚରଣ ତ୍ରିପାଠୀଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି l ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ,ପୁଅ ହିମାଳୟ ତ୍ରିପାଠୀ, ରାଜା ତ୍ରିପାଠୀ, ପୁତ୍ରବଧୁ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା l ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ l ସେ ଜଣେ ଆଦର୍ଶ ଡ୍ରଇଂ ଶିକ୍ଷକ ଭାବରେ ପରିଚିତ ଥିଲେ l କଳା ଓ ସଂସ୍କୃତି ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା l ଏଥିସହ ସହରର ବିଭିନ୍ନ ସଂଗଠନ ସହ ମଧ୍ୟ ସେ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ l ଫଳରେ ତାଙ୍କ ମୃତ୍ୟୁରେ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି । ସହରର ବହୁ ବୁଦ୍ଧିଜିବୀ ଅବସର ପ୍ରାପ୍ତ କର୍ମଚାରୀ ସଂଘ, ପୂର୍ବତନ ଛାତ୍ରସଂଘ, ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ଵର୍ଗତ ଦୁର୍ଗା ଚରଣ ତ୍ରିପାଠୀଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମାବେଦନା ଜ୍ଞାପନ କରିଛନ୍ତି । ସେ ଜଣେ ଶାନ୍ତଶିଷ୍ଟ ,ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।ଏଥି ସହ ତାଡିଶୂର ବାବା(ପୂର୍ଣ୍ଣମାସି ଯାନୀ)ଙ୍କ ପରମ ଭକ୍ତ ଥିଲେ। ତାଙ୍କର ବିୟୋଗ ରେ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୁପ ଜେନା,ସନ୍ତୋଷ ଡିଗାଲ, ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, କଂଗ୍ରେସ ନେତା ଭିକାରି ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।