

ଫୁଲବାଣୀ : ଫୁଲବାଣୀ ସହର ମଧ୍ୟରେ ତିନୋଟି ପୋଖରୀ ଅଛି ହେଲେ ତିନୋଟି ଯାକ ପୋଖରୀ ଅବସ୍ଥା ନ କହିବା ଭଲ l ସବୁ ପୋଖରୀ ଅଧାଯାଏ ଅଳିଆ ଆବର୍ଜନା,ଦଳ ଓ ପଙ୍କରେ ଭର୍ତ୍ତି l ଏଥି ସହିତ ବଜାରଟା ଯାକର ଲୋକଙ୍କ ପାଇଁ ଏହି ଏକ ରକମର କୁତ୍ରିମ ପରିଶ୍ରା ଗାର ପାଲଟି ଗଲାଣି ।ସମସ୍ତଙ୍କର ଅଭିଯୋଗ କଲେ ଶୁଣୁନି ପ୍ରଶାସନ l ଗତ ୨ /୩ ବର୍ଷ ଧରି ଏଭଳି ଅବସ୍ଥା ଦେଖିବାକୁ ମିଳିଛି l ବଡ଼ବନ୍ଧକୁ ପ୍ରଶାସନ ପକ୍ଷରୁ ଉନ୍ନତି କରଣ ପାଇଁ ପାଖାପାଖି ଏକ କୋଟି ଖର୍ଚ କରି ସାରିଲାଣି ହେଲେ ନିମ୍ନ ମାନର କାମ ଯୋଗୁଁ କାମ ଚାଲିଥିବା ବେଳେ ଭୁସୁଳି ପଡିଥିଲା l କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଛି l ପୂର୍ତ୍ତ ବିଭାଗ କରୁଛି ଏହି କାର୍ଯ୍ୟ lପାଦ ଚଲା ପାଇଁ ଚାରି ପାଖେ ପଡିଥିବା ଟାଇଲ ଗୁଡିକ କେଉଁଠି ଉଠିଗଲାଣିତ ଆଉ କେଉଁଠି ଭାଂଗିଲାଣି, ପଙ୍କ ଉଦ୍ଧାର ହୋଇନିl ନିମ୍ନ ମାନର କାର୍ଯ୍ୟ ନେଇ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଭିଜିଲାନ୍ସ ତଦନ୍ତ ଦାବୀ ହୋଇଛି l ଭିଜିଲାନ୍ସ ବି ଏହାର ତଦନ୍ତ କରୁଛି l ସେହିପରି ମଝିଆ ବନ୍ଧ ଅବସ୍ଥା ତଦ୍ରୁ ପ l ପାଖରେ ଦୁଇଟି ବିଦେଶୀ ମଦ ଦୋକାନ ଅଛି ଫଳରେ ମଦ ବୋତଲ, ପ୍ଲାଷ୍ଟିକ ଗ୍ଲାସ,ଜରୀରେ ଭର୍ତ୍ତି ହୋ ଇଛି ଏହିବନ୍ଧ l ତୃତୀୟ ବନ୍ଧ ମଧ୍ୟ ଏକା ଅବସ୍ଥା l ଅଧା ପୋତି ହୋଇ ଯାଇଥିବା ବେଳେ କିଛି ଖଳ ପ୍ରକୃତିର ଲୋକ ମାଡିବସି ପଟ୍ଟା ବି କରିସାରିଲେଣି କୁଆଡେ l ଏ ନେଇ ଜିଲ୍ଲାପାଳ, ତହସିଲଦାର, ମୁନିସିପାଲିଟି ସତର୍କ ଦ୍ରୁଷ୍ଟି ଦେବାକୁ ଦାବୀ କରିଛନ୍ତି ସହରର ବୁଦ୍ଧିଜୀବୀ, ସାମ୍ବାଦିକ ଓ ଆଇନଜୀବୀ l