ଶହେ ଟଙ୍କା ଷ୍ଟାମ୍ପ ଦାମ୍‌କୁ ବିରୋଧ, ରାଜ୍ୟ ବାର୍‌ କାଉନ୍‌ସିଲ ନିଷ୍ପତ୍ତିକୁ କଟକର ବାର୍‌ ଆସୋସିଏସନର ପ୍ରତିବାଦ

add-all

କଟକ : ଓ୍ବାକଲତ୍ ନାମାରେ ଶହେ ଟଙ୍କାର ଷ୍ଟାମ୍ପ ଲଗାଇଵା ନେଇ ରାଜ୍ୟ ଵାର୍ କାଉନସିଲର ନିଷ୍ପତ୍ତିକୁ କଟକର ଵାର ଆସୋସିଏସନ ଗୁଡ଼ିକ ଵିରୋଧ କରିଛନ୍ତି । ନିକଟରେ ରାଜ୍ୟ ଵାର କାଉନସିଲ ଓ୍ବାକଲତ୍ ନାମରେ ଲାଗୁଥିଵା ଷ୍ଟାମ୍ପର ପରିମାଣ ୧୫ଟଙ୍କାରୁ ଶହେ ଟଙ୍କାକୁ ଵଢାଇଵା ପାଇଁ ନିଷ୍ପତ୍ତି ନେଇଛି।

ତେଵେ ହାଇକୋର୍ଟ ଵାର ଆସୋସିଏସନ ସମେତ କଟକର ଵିଭିନ୍ନ ଵାର ଆସୋସିଏସନ ର ଆଜି ଏକ ମିଳିତ ଵୈଠକରେ ଏହି ନିଷ୍ପତ୍ତିକୁ ଵିରୋଧ କରି ଏକ ପ୍ରସ୍ତାବ ଗୃହୀତ ହୋଇଛି।

ଵର୍ଦ୍ଧିତ ଷ୍ଟାମ୍ପ ଫି ରାଜ୍ୟରେ ଓକିଲଙ୍କ କଲ୍ୟାଣ ପାଇଁ ଵିନିଯୋଗ ହେଵ ଵୋଲି ଵାର କାଉନସିଲ ଦର୍ଶାଇଥିଵା ଵେଳେ ଵାର୍ ଆସୋସିଏସନ ଗୁଡ଼ିକ କହିଛନ୍ତି ଯେ, ଵାର କାଉନସିଲ କେଵେଵି ଏହି ଷ୍ଟାମ୍ପ ଵାଵଦ ସଂଗୃହୀତ ଟଙ୍କାକୁ ଓକିଲଙ୍କ କଲ୍ୟାଣ ପାଇଁ ଲଗାଇନାହିଁ। ତେଣୁ ଅଧିକ ଟଙ୍କା ଲୋକଙ୍କଠାରୁ ନେଇ ତାକୁ ଓକିଲଙ୍କ କଲ୍ୟାଣ ପାଇଁ ଵିନିଯୋଗ କରିବା ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ ଵୋଲି କହିଛନ୍ତି ଵିଭିନ୍ନ ଵାର ଆସୋସିଏସନ। ଏହା ସହ ଵାର ଆସୋସିଏସନ ଗୁଡିକ କହିଛନ୍ତି, ଵାର୍ କାଉନସିଲର ଏଵେ କେହି ନିର୍ଵାଚିତ ପଦାଧିକାରୀ ନଥିବାରୁ ଵାର କାଉନସିଲ ଏଭଳି ନିଷ୍ପତ୍ତି ନେଇପାରିଵ ନାହିଁ।

ad-week
Leave A Reply

Your email address will not be published.