ଖେଲୋ ଇଣ୍ଡିଆରେ ସୁନ୍ଦରଗଡ଼ ଜିଲ୍ଲାର ବିଶାଲ ଓରାମଙ୍କ ସଫଳତା…

add-all


ସୁନ୍ଦରଗଡ଼ – ହରିଆଣାର ପଞ୍ଚକୁଲା ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶା ବାଳକ ଓ ବାଳିକା ଦଳ ଖୋଖୋ ଖେଳରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ରାଜ୍ୟ ବାଳକ ଦଳରେ ସୁନ୍ଦରଗଡ଼ ଜିଲ୍ଲାର ବିଶାଲ ଓରାମ ରାଜ୍ୟ ପାଇଁ ପ୍ରତିନିଧିତ୍ଵ କରି ତାଙ୍କର କ୍ରୀଡ଼ା ନୈପୁଣ୍ୟରେ ସମସ୍ତଙ୍କୁ ସ୍ତବ୍ଧ କରିଛନ୍ତି। ଗତ ସେପ୍ଟେମ୍ବର ମାସରେ କିଟ୍, ଭୁବନେଶ୍ୱର ଠାରେ ୪୦ ତମ କନିଷ୍ଠ ଜାତୀୟ ଖୋଖୋ ପ୍ରତିଯୋଗିତାରେ ବିଶାଲ, ଟିଙ୍କୁ ଓ ରେଶମା ଓଡ଼ିଶା ଦଳର ପ୍ରତିନିଧିତ୍ଵ କରି କାଂସ୍ୟ ପଦକ ଆଣିଥିଲେ। ବିଶାଲ ଓରାମ ତଳସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବାହାଲ ଗ୍ରାମର ପିତା ତୁଳସୀ ଓରାମ ଓ ମାତା ଭଗବତୀ ଓରାମଙ୍କ ସୁପୁତ୍ର। ବିଶାଲଙ୍କ ପ୍ରତିଭା ସେ ତୁମୁଲିଆସ୍ଥିତ ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ସମୟରେ ପରିଲକ୍ଷିତ ହୋଇଥିଲା। ଏହି ସମୟରେ ସେ ରାଜ୍ୟସ୍ତରୀୟ ଖୋଖୋ ରେଫରୀ ତଥା ଜିଲ୍ଲାର ସୁନାମଧନ୍ୟ ଖୋଖୋ ପ୍ରଶିକ୍ଷକ ଅନିଲ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କ୍ରୀଡାଭ୍ୟାସ କରୁଥିଲେ। ନିଜ ପ୍ରତିଭା ବଳରେ ବିଶାଲ ଏ ଯାବତ୍ ପାଞ୍ଚ ଥର ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେ ମଧ୍ୟରୁ ଦୁଇ ଥର ବିଦ୍ୟାଳୟ ଜାତୀୟ ସ୍ତରୀୟ ଓ ତିନି ଥର ଜାତୀୟ କ୍ରୀଡାରେ ଭାଗ ନେଇ ୩ଟି ପଦକ ଆଣିଥିଲେ। ବିଶାଲ ଏବେ ଆଣିଥିବା ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ,ଖୋଖୋ ସମ୍ପାଦକ ପ୍ରଶାନ୍ତ କୁମାର ପଟେଲ, ସହସଂପାଦକ ଜୟଦେବ ପାତ୍ର ତଥା ସେ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ସହଦେବ ମହାକୁଡ ତଥା ଜିଲ୍ଲା କ୍ରୀଡ଼ା ସଂସଦର ସଦସ୍ୟଗଣ ବିଶାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.