ସୁନ୍ଦରଗଡ଼ରେ ସ୍ନାନପୂର୍ଣ୍ଣିମା ପାଳିତ…

add-all


ସୁନ୍ଦରଗଡ଼ : ଆଜି ସ୍ଥାନୀୟ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦିନ ୧୦ ଘଟିକା ସମୟରେ ଅନୁଷ୍ଟିତ ହୋଇଯାଇଛି I ଏହି ଯାତ୍ରାରେ ଗାଙ୍ଗପୁର ରାଜା ସମରେନ୍ଦ୍ର ଶେଖର ଦେଓ ଦିନ ୧୧ ଘଟିକା ସମୟରେ ଆସି ପ୍ରଭୁଙ୍କ ପୂଜାରେ ସାମିଲ ହୋଇ ଥିଲେ I ମନ୍ଦିର ପୂଜକ ବିଶ୍ଵଜିତ ପୁଝାରୀ ଏବଂ ସମରେଶ(ବାଦସାହା) ହୋତା,ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ I ଉକ୍ତ
କାର୍ଯ୍ୟକ୍ରମରେ ରାଜପୁରୋହିତ ମାନସ ପୁରୋହିତ, ବ୍ରାହ୍ମଣ ସମାଜର ସାଧରଣ ସମ୍ପାଦକ ବେଣୁ ମାଧବ ତ୍ରିପାଠୀ ,ରଜନୀ କାନ୍ତ ପୁରୋହିତ, ରୁତୁ ରାଜ ପୁରୋହିତ, ମନ୍ଦିର ଟ୍ରଷ୍ଟି ଅବନୀ କାନ୍ତ ପୁରୋହିତ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ପାଇଁ ବ୍ଯବସ୍ଥା କରିଥିଲେ l ଅନେକ ଶ୍ରଦ୍ଧାଳୁ ଏହି ସମାରୋହରେ ଉପସ୍ଥିତ ଥିଲେ I

ad-week
Leave A Reply

Your email address will not be published.