ମା’କୁ ଡାକିବାକୁ ଯାଇଥିବା ବେଳେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ

add-all

ଅନୁଗୁଳ: ଚାଷ ଜମିକୁ ମାଆକୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ । ଅନଗୁଳ ବଡ଼କେରେଜାଙ୍ଗରେ ଏହି ଘଟଣା ଘଟିଛି।ମୃତକ ହେଲେ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତ ସାହୁ(୧୭)।

ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତଙ୍କ ମା’ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ହୋଇଥିଲା। କାଳ ବୈଶାଖୀ ସମୟରେ ଚାଷ ଜମିକୁ ଯାଇଥିବା ମାଆକୁ ପୁଅ ଦୁଷ୍ମନ୍ତ ଡାକିବାକୁ ଯାଇଥିଲା ।

ସେହି ସମୟରେ ଅଚାନକ ବଜ୍ରପାତ ହୋଇଥିଲେ। ଦୁଷ୍ମନ୍ତଙ୍କ ଉପରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ସେ ଅଚେତ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଅନଗୁଳ ମେଡିକାଲକୁ ପରିବାର ଲୋକ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ad-week
Leave A Reply

Your email address will not be published.