‘ମିଶନ୍ ଅଗ୍ନିପଥ ଯୋଜନା’ର ଶୁଭାରମ୍ଭ ସ୍ୱାଗତଯୋଗ୍ୟ ପଦକ୍ଷେପ: ସମୀର ମହାନ୍ତି

add-all

ଭୁବନେଶ୍ୱର: ଦେଶର ରକ୍ଷା କ୍ଷେତ୍ରକୁ ସୁଦୃଢ କରିବା, ଦେଶର ଯୁବକମାନଙ୍କୁ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ଏକତା ମନୋଭାବ ସହିତ ନିଯୁକ୍ତି ପ୍ରଦାନ କରିବାରେ ମୋଦି ସରକାରଙ୍କ ଦ୍ୱାରା ଆଜି ହୋଇଥିବା ‘ମିଶନ୍ ଅଗ୍ନିପଥ ଯୋଜନା’ର ଶୁଭାରମ୍ଭ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଦେଶର ଯୁବପିଢୀ ସ୍ଥଳ, ଜଳ ଓ ଆକାଶ ସେନାବାହିନୀରେ ସାମିଲ ହୋଇ ‘ଅଗ୍ନିବୀର’ର ଆଖ୍ୟା ପାଇବା ସହିତ ରାଷ୍ଟ୍ର ସୁରକ୍ଷା କାର୍ଯ୍ୟରେ ସାମିଲ ହେବାର ସୁଯୋଗ ପାଇବେ।

ଚଳିତ ବର୍ଷ ‘ଅଗ୍ନିବୀର’ ଭାବେ ୧୭ରୁ ୨୧ ବର୍ଷ ବୟସ୍କ ୪୬ ହଜାର ଯୁବକଯୁବତୀ ନିଯୁକ୍ତି ପାଇବେ। ଚାରି ବର୍ଷ ଅବଧି ପାଇଁ ହେବାକୁ ଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ‘ଅଗ୍ନିବୀର’ଙ୍କୁ ମାସିକ ଦରମା ସମେତ ଉତମ ଭତ୍ତା ଓ ଆର୍ଥିକ ପ୍ୟାକେଜ ପ୍ରଦାନ କରାଯିବ। ଏହା ବ୍ୟତୀତ ସେମାନଙ୍କୁ ସେବା ନିଧି, ମୃତ୍ୟୁକାଳିନ ସହାୟତା, ବିକଳାଙ୍ଗ କ୍ଷତିପୁରଣ ମଧ୍ୟ ପ୍ରଦାନ କରାଯିବ। ଏଭଳି ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଯୁଦ୍ଧ ପ୍ରସ୍ତୁତିରେ ଭାରତୀୟ ସେନାକୁ ‘ମିଶନ୍ ଅଗ୍ନିପଥ ଯୋଜନା’ ଆହୁରି ଅଧିକ ସୁଦୃଢ କରିବା ସହିତ ଯୁବପିଢୀକୁ ଅଧିକ ଆତ୍ମବିଶ୍ୱାସୀ ଏବଂ ସୁନାଗରିକ ଭାବେ ଗଢି ତୋଳିବାକୁ ସହାୟକ ହେବ ଏବଂ ଦେଶର ସୈନ୍ୟବାହିନୀ ଅଧିକ ଯୁବ ଓ ସଶକ୍ତ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ad-week
Leave A Reply

Your email address will not be published.