ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତଦାତା ଦିବସ ପାଳିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ଵିଶାଳ ସିଂ ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ କୌଶଳ ଯୋଜନା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଵିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାରେଡକ୍ରସର ଆବାହକ ଡଃ ରଞ୍ଜନ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଡଃ ପ୍ରଫୁଲ୍ଲ କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରକ୍ତଦାନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ସଭା ଆରମ୍ଭ ରେ ଡି. ଡି. ଇଉ. ଜି. କେ. ୱାଇ. ର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିଲେ। ହେନେରୀ ଡୁନାଣ୍ଟ ଙ୍କ ଫଟୋ ରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଠଟି ରକ୍ତଦାତା ଅନୁଷ୍ଠାନ ଯଥା ଜୀବନ ବିନ୍ଦୁ, ଆମ ଓଡ଼ିଶା, ଜୟ ମାଲକାନଗିରି, ଟିମ୍ ଉଇକେନ୍, ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ମାହେଶ୍ଵରୀ ଯୁବ ସଙ୍ଗଠନ, ତ୍ରିରଙ୍ଗା, ସୁନୀଜାନା ସମଜିତ କମିଟି ଆଦି ଙ୍କୁ ଆମନ୍ତ୍ରିତ କରି ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ବିଧାୟକ ତଥା ଆଦିବାସୀ କଲ୍ୟାଣ ବିଭାଗ ଅଧ୍ୟକ୍ଷ ମାନସ ମାଡକାମୀ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ 2005 ମସିହାରୁ ପ୍ରତି ବର୍ଷ ପାଳନ କରାଯାଇଥାଏ।ଵୈଜ୍ଞାନିକ କାର୍ଲ ଲେଣ୍ଡ ଷ୍ଟାଇନର୍ ଙ୍କ ଜନ୍ମ ଦିବସକୁ ଵିଶ୍ଵ ରକ୍ତ ଦାତା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ କାମରାଜୁ ଜେନା, ଜଗଦୀଶ ନାୟକ, ଶଙ୍କର ପାଣିଗ୍ରାହୀ, ଜଗୁ ପଢିଆରୀ, ସୁଜିତ ପାଣିଗ୍ରାହୀ,ଅମରେଶ ମହନ୍ତ, ଲୋକେଶ ସୁମାନୀ, କେ ଗୋପାଳ ରାଓ, ଆଦି ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ରାଲି ଓ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ ମୃତ୍ୟୁଞ୍ଜୟ ଶତପଥୀ ଧନ୍ଯବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.