ଟ୍ରକ୍ ଦୂର୍ଘଟଣାରେ ୬ ମଇଁଷି ମୃତ

add-all

ମୋହନା: ଗଜପତି ଜିଲା ରା.ଉଦୟଗିରି ସବ୍ ଜେଲ୍ ନିକଟରେ ଟ୍ରକ୍ ଦୂର୍ଘଟଣାରେ ୬ ଟି ମଇଁଷିର ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷିର ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବ୍ରହ୍ମପୁରରୁ ଗୋଟିଏ ଟ୍ରକ୍ ଟିଣ ବୋଝେଇ କରି ରା.ଉଦୟଗିରି ଅଭିମୁଖେ ଯାଉଥିଲା। ଜେଲ୍ ନିକଟ ବୁଲାଣି ରାସ୍ତାରେ ମଇଁଷିମାନେ ରାସ୍ତା ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ଏହି ଟ୍ରକଟି ମଇଁଷିମାନଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଘଟାଇଥିବା ଟ୍ରିକ ଡ୍ରାଇଭରକୁ ଲୋକେ ଅଟକରଖି ପଚରାଉଚରା କରିଥିଲେ। ଏହି ରାସ୍ତାରେ ନୂଆ ହୋଇଥିବାରୁ ଏଭଳି ଦୂର୍ଘଟଣା ଘଟିଗଲା ବୋଲି ଡ୍ରାଇଭର ସ୍ବୀକାର କରିଥିବା ଜଣାପଡିଛି।
ମାଲିକ ସୀମାଞ୍ଚଳ ଗୌଡ ମଇଁଷି ଗୁଡିକୁ ଚରେଇବାକୁ ନେବା ବେଳେ ଏଭଳି ଦୂର୍ଘଟଣା ଘଟିଛି। ରାସ୍ତା ଉପରେ ମଇଁଷି ଗୁଡ଼ିକ ପଡିଥିବା ବେଳେ କିଛି ଲୋକେ କ୍ଷତି ପୂରଣ ଦାବିରେ ୭ଘଣ୍ଟା ଧରି ପାରଳାଖେମୁଣ୍ଡି- ମୋହନା- ବ୍ରହ୍ମପୁର ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ଗାଡ଼ି ମାଲିକ ପହଞ୍ଚିବା ପରେ ସମସ୍ୟାର ସମାଧାନ ହେବାରୁ ରାସ୍ତାରୋକ ହଟିଥିଲା। ଘଟଣା ସ୍ଥଳରେ ରା.ଉଦୟଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ad-week
Leave A Reply

Your email address will not be published.