ଶାସନପଦର ଗ୍ରାମର ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା ପ୍ରଦାନ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଶାସନ ପଦର ଗ୍ରାମର ତଳ ସାହିର ମିଟୁ ନାୟକ ଗତ ୯ ତାରିଖରେ ସୁରଟ ଠାରେ ମୃତ୍ୟୁ ବରଣ କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ମୋ ପରିବାର ସହାୟତାରେ ମର ଶରୀର କୁ ଗ୍ରାମକୁ ଆମ୍ବୁଲାନ୍ସ ଜରିଆରେ ଅଣାଯାଇଥିଲା। ପରିବାରର ସମସ୍ତ ଭାର ମିଟୁଙ୍କ ଉପରେ ରହିଥିବା ବେଳେ ଘରର ମୁରବିକୁ ହରାଇ ବର୍ତ୍ତମାନ ବେସାହାରା ହୋଇ ପଡିଛନ୍ତି ତାଙ୍କ ପତ୍ନୀ ଓ ଦୁଇ ଛୁଆ। ଏହା ଜାଣିବା ପରେ ଗତକାଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହାପରେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ପାଣ୍ଠିରୁ ୧୦ ହଜାର ଟଙ୍କା ସହିତ ଚାଉଳ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଅନ୍ୟପଟେ ଦୁଇ ଛୁଆଙ୍କୁ ଧରି ପରିବାର ପ୍ରତିପୋଷଣ ପାଇଁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ବିଜୁ ପକ୍କା ଘର ଟିଏ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା କରିବୁ ବୋଲି ଜନ ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ଜିଲ୍ଲା ପରିଷଦ ଉପାଧକ୍ଷା ଏସ ରାଜେଶ୍ୱରୀ ଦୋର, ବ୍ଲକ ବିଜେଡି ସଭାପତି ଅଜିତ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଦୀପକ ସାମନ୍ତ, ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ସି ଏଚ ନରେଶ ପାତ୍ର, ବ୍ଲକ ଯୁବ ସଭାପତି ତଥା ବ୍ଲକ ଉପାଧକ୍ଷାଙ୍କ ପ୍ରତିନିଧି ବିନୋଦ କୁମାର ମହାଙ୍କୁଡ଼ା, ଶାସନ ପଦର ସରପଞ୍ଚ ସୁଧୀର ନାୟକ ସମିତି ସଭ୍ୟ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.