ମଣିଷ ବଦଳରେ ମେସିନ କରୁଛି କାମ : ଠିକାଦାର ଓ ଅଧିକାରୀ (ପି ଇ ଓ ) ମାଲା ମାଲ, ପ୍ରଶାସନ ଏଠି ଧୃତରାଷ୍ଟ୍ର…!

Independence

ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି କାମ…

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ପଂଚାୟତ M.V-10 ଗ୍ରାମରେ ରାସ୍ତା କାମରେ ଜେସିବି ନିୟୋଜିତ । ଏହି ଭଳି ଏକ ଦୃଶ୍ୟ ଦେଖୀବାକୁ ମିଳିଛି ଗୌଡ଼ଗୁଡା ପଂଚାୟତ ଅନ୍ତର୍ଗତ M V 10 ଗାଆଁରେ । ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନା ଅନ୍ତର୍ଗତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କୁ ସରକାର ସଫଳ ରୂପାୟନ ନିମନ୍ତେ ଜୋର ଦେଉଥିବା ବେଳେ ତାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଏହି ଗ୍ରାମରେ । ଗାଁ ଗହଳିର ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କ ଆର୍ଥିକ ବିକାଶକୁ ବୃଦ୍ଧିକରିବା ତଥା ଗରିବି ହ୍ରାସ ନିମନ୍ତେ ବିଭିନ୍ନ ଯୋଜନା ମଧ୍ୟରୁ ଏହା ଅନ୍ୟତମ ହୋଇଥିବା ବେଳେ ପ୍ରାଶାସାନିକ ଅଧିକାରୀ ଓ ଠିକାଦାର ମାନେ କିଭଳି ଏହାର ଧଜ୍ଜିଆ ଉଡାଉଛନ୍ତି ତାହା ଏଠାରେ ବିଚାର ଯୋଗ୍ୟ । ସୂଚନା ଥାଉକି ସମସ୍ତ ମାଟି କାମରେ ଶ୍ରମିକ ନିୟୋଜିତ ରହିବା ବାଧ୍ୟତାମୂଳକ ହୋଇଥିବା ବେଳେ କିଭଳି ଜିଆରଏସ,ପିଇଓ ଓ ଯନ୍ତ୍ରୀ ଙ୍କ ନାକ ତଳେ ଖୁଲମ ଖୁଲା ଜେସିବି ମାଧ୍ୟମରେ କାମ ଚାଲୁଛି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ରଜ ଉପଲକ୍ଷେ ସରକାରୀ କାର୍ଯ୍ୟାଳୟ ଛୁଟି ଥିବାରୁ ସରକାରୀ ଅଧିକାରୀ ଙ୍କ ମତାମତ ଜଣାପଡି ନଥିବା ବେଳେ କେଉଁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ
ରେ ମେସିନ ମାଧ୍ୟମରେ ରେ ରାସ୍ତାକାମ ହେଉଛି ତାହା ସର୍ବ ସାଧାରଣ ପ୍ରକାଶ କରିବାକୁ ଦାବି ହେଉଛି । ସୂଚନା ପାଇବା ପରେ ସ୍ଥାନୀୟ ପି ଇ ଓ ନିଖିଲ ବାନାର୍ଜୀ ଙ୍କ ସହିତ ଏହି ସମ୍ପର୍କ ରେ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ଦେଇ ପାରି ନାହାନ୍ତି, ସେହି ରାସ୍ତା କାମ ବାବଦ ରେ ସରକାର କେତେ ଟଙ୍କା ମଞ୍ଜୁର କରାଯାଇଛି ତାହା ମଧ୍ୟ ସେ ଜାଣି ନାହାନ୍ତି ତେଣୁ ଏହା ଠିକ ସେ ବୁଝି ହେଵଜେ କିପରି ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି କାମ l ସରକାରୀ ବାବୁ ମାନେ ନିଜ ପକେଟ ଗରମ କରି ଶୀତ ତାପ କୋଠରୀ ଭିତରେ ମସଗୁଲ ଏପଟେ ଜନତା ଜଳକା l ସୂଚନା ଥାଉକି ଜିଲ୍ଲା ରେ ଏହି ଭଳି କାମଗୁଡିକରେ ମେସିନ ମାଧ୍ୟମରେ ହେଉଥିଲେ ମଧ୍ୟ ଆଗାମୀ ଦିନରେ କାର୍ଯ୍ୟ ସମାପ୍ତ ପରେ ସୂଚନାଫଳକରେ ଦୈନିକ ମଜୁରୀ ଓ କାର୍ଯ୍ୟ ଦିବସ ମାନ ଶୋଭା ପାଇବ କିନ୍ତୁ କାମ ପୂର୍ବରୁ କାର୍ଯ୍ୟର ନାମ ଫଳକ ଦେଖିବାକୁ ମିଳେ ନାହିଁ ଯାହାକି ସରକାରୀ ନିୟମକୁ ଖୁଲାମ ଖୁଲା ଉଲଘଂନ କରି ସରକାରୀ ଅନୁଦାନ କୁ ହରି ଲୁଟ ଚାଲିଛି । ନରେଗା କାମକୁ ବେଆଇନ ଭାବେ ତଥା ତରବରିଆ ମେସିନ ଲଗାଇ ନରେଗା ଅର୍ଥ ହଡ଼ପ କରି ସରକାରୀ ଅଧିକାରୀ,ଓ ଠିକାଦାର ମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ରେ ମାଲାମାଲ ହେଉଥିବା ବେଳେ କାମ ଧନ୍ଦା ଅଭାବରୁ ଗାଁର ଗରିବ ଶ୍ରେଣୀର ଲୋକ ଗାଁଛାଡି ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ତେଣୁ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ବାଟମାରଣା ହେଉଥିବା ଦୃଷ୍ଟି ଗୋଚର ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାର ଏହାକୁ ଗଭୀରତା ସହିତ ନେଇ ଏହିଭଳି କାର୍ଯ୍ୟ ଗୁଡିକୁ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଇ ବାକୁ ଅଞ୍ଚଳ ବାସୀ ଓ ଜିଲ୍ଲାର ବୁଦ୍ଧି ଜିବୀ ଦାବି କରିଛନ୍ତି

ad-week
Leave A Reply

Your email address will not be published.