ପୁଅକୁ ପିଟି ପିଟି ମାରିଦେଲେ ସାବତ ମା’ ଓ ବାପା

add-all

ପାରାଦୀପ: ପାରାଦୀପ ଉପକଣ୍ଠ ତ୍ରିଲୋଚନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସନ୍ଦେହଜନକ ଭାବରେ ୧୫ ବର୍ଷର ଭଣଜାର ମୃତ୍ୟୁ ଘଟିଥିବା ନେଇ ତା ମାମୁ ଘର ଲୋକ ଅଭିଯୋଗ କରିଛନ୍ତି। ମାମୁ ଘର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭଣଜାକୁ ତା ବାପା ଓ ସାବତ ମା ବାଡେଇ ବାଡେଇ ମାରି ଟାଙ୍ଗିଦେଇଛନ୍ତି। ପୁଅର ସାବତ ମା କୁନି ବେହେରା, ବାପା ମକର ବେହେରା ନାତିକୁ ବାଡେଇ ବାଡେଇ ମାରିଦେଇଥିବା ନେଇ ମୃତ ରାହୁଲ ବେହେରାର ଅଜା କରୁଣାକର ସେଠି ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ମୁତାବକ, ବାର ବର୍ଷ ତଳେ ଝିଅ ମମତା ବେହେରାକୁ ବାଡେଇ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ ପରେ ଜ୍ୱାଇଁ ମକର ବେହେରା ଜେଲ ଯାଇଥିଲେ। ପରେ ସେ ଜେଲ୍ରୁ ମୁକୁଳି ଦ୍ଵିତୀୟ ବିବାହ କରିଥିଲେ। ଝିଅର ଦୁଇ ପୁଅ ମଧ୍ୟରୁ ବଡ ପୁଅକୁ ମାମୁଁ ଘର ଲୋକେ ନେଇଯିବା ପରେ ସାନ ପୁଅ ରାହୁଲ ବାପାଙ୍କ ସହିତ ତ୍ରିଲୋଚନପୁରରେ ରହୁଥିଲା। ଘରେ ସାବତ ମା ଓ ବାପା ରାହୁଲକୁ ଖାଇବାକୁ ଦେଉନଥିବାରୁ ସେ ବାହାରେ କାମ କରି ନିଜର ଖର୍ଚ୍ଚ ବହନ କରୁଥିଲା। ତେବେ ଗତକାଲି ରାହୁଲକୁ ବାଡେଇ ବାଡେଇ ମାରିଦେଇଥିବା ନେଇ ତା’ ମାଉସୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ରାହୁଲ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ନେଇ ବାପା ମକର ବେହେରା ଅଭୟଚାନ୍ଦପୁର ଥାନାରେ ଏତଲା ଦେଇଛନ୍ତି। ତେବେ ମାମୁଁଘର ଲୋକେ ଆଣିଥିବା ଅଭିଯୋଗର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.