ରଜ ଉତ୍ସବ ବେଳେ ବଜ୍ରପାତ, ୬ ଯୁବତୀ ଆହତ

add-all

ରାୟଗଡ଼ା: ରଜ ଉତ୍ସବ ପାଳନ ବେଳେ ଆକାଶରୁ ହେଲା ବଜ୍ରପାତ। ଯେଉଁଥିରେ ୬ ଯୁବତୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଅବସ୍ଥା ଗୁରୁତର ରହିଛି। ଏପରି ଦୁଃଖଦ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡ଼ି ପଞ୍ଚାୟତର ଉର୍ଲାଯୋଡି ଗାଁରେ ଘଟିଛି।

ସୂଚନା ମୁତାବକ, ଗାଁର ଏକ ଆମ୍ବତୋଟାରେ ରଜ ଉତ୍ସବ ଚାଲିଥିଲା। ଗାଁର କିଶୋରୀମାନ ଏକାଠି ହୋଇ ଦୋଳି ଖେଳୁଥିଲେ। ଏହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଜୋର ଦଲକା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ସମସ୍ତେ ସ୍ଥାନ ଛାଡ଼ି ଚାଲିଯିବା ପୂର୍ବରୁ ବଜ୍ରପାତରେ ୬ ଯୁବତୀ ଚେତାଶୂନ୍ୟ ହୋଇ ମାଟି କାମୁଡ଼ି ପଡ଼ିଥିଲେ।

ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.