ଘରୋଇ ହିଂସାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ, ୩ ଅଟକ

add-all

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରାରେ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ। ଘରୋଇ ହିଂସାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଛନ୍ତି।

ସୂଚନାନୁଯାୟୀ, କାଳିକାପୁରର ଜଣେ ମହିଳାଙ୍କ ବିବାହ ସିନ୍ଦୁରଗୌରା ଅଞ୍ଚଳରେ ହୋଇଥିଲା। ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ଅଶାନ୍ତି ସୃଷ୍ଟି ହେବାପରେ ଝିଅ ଘର ଲୋକେ ଠେଙ୍ଗାବାଡି ଧରି ପୁଅ ଘର ଗାଁକୁ ଆସିଥିଲେ। ସ୍ଥାନୀୟ ୱାର୍ଡମେମ୍ଵର ସେମାନଙ୍କୁ ବିରୋଧ କରିବାରୁ ଝିଅ ପକ୍ଷ ଲୋକ ଉତ୍ତ୍ୟକ୍ତ ହୋଇ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଖବର ପାଇ ବାରିପଦା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଅଟକ ରଖିଛି।

ad-week
Leave A Reply

Your email address will not be published.