ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ନାବାଳିକା ମୃତ

add-all

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୋଖରୀରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। .ଆରୁହା ଗ୍ରାମ ର ସୁଦାମ ସେଠି ଙ୍କ ଝିଅ ସାଙ୍ଗ ମାନଙ୍କ ସହ ଗ୍ରାମ ରେ ଥିବା ଏକ ପୋଖରୀ କୁ ଗାଧୋଉଥିଲେ। ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ପୋଖରୀ ରେ ବହୁ ଖୋଜାଖୋଜି କରିବା ପରେ ପୋଖରୀ ରୁ ଉଦ୍ଧାର କରିଥିଲେ।

ତୁରନ୍ତ ନାବାଳିକା ଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନାବାଳିକାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି।

ad-week
Leave A Reply

Your email address will not be published.