ଦାରିଙ୍ଗବାଡ଼ି ବରିଷ୍ଠ ନାଗରିକ ସଙ୍ଗଠନ ପକ୍ଷରୁ ରଜ ପର୍ବ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ

add-all

ଦାରିଙ୍ଗବାଡ଼ି,(୧୬/୬) : ରଜ ପର୍ବ ପାଳନ ନେଇ ଦାରିଙ୍ଗବାଡ଼ି ବରିଷ୍ଠ ନାଗରିକ ସଙ୍ଗଠନ ପକ୍ଷରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ସରପଞ୍ଚ ଚନ୍ଦ୍ରିକା ମଲିକ, ସମିତି ସଭ୍ୟ କାଳିପ୍ରସାଦ ମଲିକ, ବରିଷ୍ଠ ନାଗରିକ ସଙ୍ଗଠନ ସଭାପତି ରମେଶ ଚନ୍ଦ୍ର ସାହୁ ଓ ବିଜେପି ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ ଯୋଗାଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରଜ କୁଇନ ଚୟନ କରିବା ନେଇ ପ୍ରତିଯୋଗିତା କରିବା ସହ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ନୃତ୍ୟ ପରିବେଷଣ ହୋଇଥିଲା । ଏହା ସହିତ ଦାରିଙ୍ଗବାଡ଼ି ଅଞ୍ଚଳର ପାରମ୍ପପାରିକ କୁଇ ନାଚ ଦର୍ଶକଙ୍କ ମନ ମୋହିଥିଲା। କାର୍ଯ୍ୟକ୍ରମରେ ଅତିଥି ପରିଚୟ ବରିଷ୍ଠ ନାଗରିକ ପତିତପାବନ ରାଉତ କରିଥିଲା ବେଳେ ସଂଯୋଜନା ପ୍ରଶାସକ ତଥା ଗୋଷ୍ଠି ଉନୟନ ଅଧିକାରୀ ଗଦାଧର ପାତ୍ର କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ସଙ୍ଗଠନର ସଦସ୍ୟ ମାନଙ୍କ ସହଯୋଗ ରେ ହୋଇଥିଲା।

ad-week
Leave A Reply

Your email address will not be published.