ପ୍ରଭାତ ସାହୁ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଯୁକ୍ତା ଓ ଅପୂର୍ବା ରେଫରୀ ନିମନ୍ତେ ମନୋନୀତ

add-all

ଫୁଲବାଣୀ : ଚଳିତ ମାସ ଜୁନ ୨୪ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡୋ ସଙ୍ଘର ସମ୍ପାଦକ ତଥା ଅନ୍ତର୍ଜାତୀୟ କୋଚ ଏବଂ ଓଡିଶା ଟାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁଙ୍କୁ ସମ୍ପୂର୍ଣ ଖେଳର ନିର୍ଦେଶକ ଭାବେ ମନୋନୀତ କରାଯାଇଛି। ଏବଂ ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲାର ଯୁକ୍ତା ଯଶିକା ଜେନା ଓ ଅପୂର୍ବା ଆର୍ଯ୍ୟଙ୍କୁ ଖେଳର ରେଫରୀ ଭାବେ ମନୋନୀତ କରାଯାଇଛି |
ଏଥିପାଇଁ ପ୍ରଭାତ କୁମାର ସାହୁ ଏବଂ ଜିଲ୍ଲାର ସମସ୍ତ ଖେଳାଳି ମାନେ ମନ ମୋହନ ଭଞ୍ଜ ଓଡିଶା ଟାଇକୋଣ୍ଡୋ ସଂଘର ସମ୍ପାଦକ,ଗଭୀର କୃତଜ୍ଞତା ଜଣାଇଛନ୍ତି । ଏ ନେଇ ବିଭିନ୍ନ ମହଲରୁ ଏବଂ ଅନୁଷ୍ଠାନ ପକ୍ଷରୁ ଅନେକ ଶୁଭେଚ୍ଛା ବାର୍ତ୍ତା ତାଙ୍କ ନିକଟରେ ପହଞ୍ଚିବା ସହ ସମ୍ବର୍ଦ୍ଧନା କରିଯାଇଥିବାର ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.