ଫୁଲବାଣୀର ବିଭିନ୍ନ ବଜାରର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

add-all

ଫୁଲବାଣୀ : ଫୁଲବାଣୀ ଜଗନ୍ନାଥ ବଜାର କମିଟିର ନିର୍ବାଚନ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବଜାର କମିଟିର ପରାମର୍ଶଦାତା କପିଳେଶ୍ୱର ସେନାପତିଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା।ତାପରେ ସଭାପତିତ୍ୱ କରୁଥିବା କପିଳେଶ୍ୱର ସେନାପତି ପୂର୍ବ କମିଟିକୁ ଭାଙ୍ଗି ଦେଇଥିଲେ। ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ।ସର୍ବସମ୍ମତି କ୍ରମେ ପି ସୁଧାଂଶୁ ସେନାପତି ସଭାପତି ରୂପେ ମନୋନୀତ ହୋଇଥିଲେ ବେଳେ କ୍ରିଷ୍ଣା ସେନାପତି ଉପସଭାପତି ଭାବେ ମନୋନୀତ ହୋଇଥିଲେ। ସଂମ୍ପାଦକ ଭାବେ ଦୀପକ କୁମାର ବେହେରା ମନୋନୀତ ହୋଇଥିଲା ବେଳେ ସନ୍ତୋଷ କୁମାର ସେନାପତି କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।ଏହା ବ୍ୟତୀତ ସାତ ଜଣ ସଦସ୍ୟ କାର୍ଯ୍ୟ କାରୀ କମିଟି ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ।କମିଟିର ଉପଦେଷ୍ଟା ଭାବେ କପିଳେଶ୍ୱର ସେନାପତି ପୁନଃ ମନୋନୀତ ହୋଇଥିଲା ବେଳେ ସରୋଜ କୁମାର ପାତ୍ର ଓ ସୁଧିର କୁମାର ମହାପାତ୍ର ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି।ନବ ନିର୍ବାଚିତ କମିଟି ଆଗାମି ଦିନରେ ସମସ୍ତ ସଭ୍ୟଙ୍କ ସହଯୋଗରେ ବଜାରର ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ସେହିପରି କୋର୍ଟ ଛକ ମାର୍କେଟ କମିଟି ପକ୍ଷରୁ ମଧ୍ୟ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି।ସଭାପତି ଭାବେ ଏଲ ରଞ୍ଜିତ ପାତ୍ର ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ଦେବାଶିଷ ପାତ୍ର, ସମ୍ପାଦକ ଭାବେ ମନୋଜ କୁମାର ପଣ୍ଡା ଏବଂ ସହ ସମ୍ପାଦକ ଦିଲିପ କୁମାର ସାହୁଙ୍କୁ ସର୍ବ ସମତି କ୍ରମେ ମନୋନୀତ କରାଯାଇଛି । ଆଗାମୀ ଦିନରେ ମାର୍କେଟ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯୋଜନା ରହିଛି ବୋଲି କମିଟିର ଉପ ସଭାପତି ଦେବାଶିଷ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.