ମା’କୁ ଟାଙ୍ଗିଆରେ ହାଣିଦେଲା ୧୦ ବର୍ଷର ପୁଅ

add-all

କେନ୍ଦୁଝର: ରଜରେ ସମସ୍ତଙ୍କ ଭଳି ନୂଆ ଡ୍ରେସ୍ ପିନ୍ଧିବାକୁ ଜିଦି ଧରିଥିଲା। ଡ୍ରେସ୍ କିଣିବାକୁ ମା’କୁ ଟଙ୍କା ମାଗିଥିଲା। ହେଲେ ଅସୁବିଧା ଥିବା ଜଣାଇ ମା’ ଟଙ୍କା ଦେଇପାରି ନ ଥିଲା। ଏଥିରେ ରାଗି ଯାଇ ୧୦ ବର୍ଷିୟ ପୁଅ ତା ମା’କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ସାମାନ୍ୟ କିଛି ଟଙ୍କା ନିମନ୍ତେ ମାର ମମତାକୁ ପଛ କରିଦେଇଛି ଏହି ଶିଶୁ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଥା ନୟାକୋଟ ଥାନା ଅନ୍ତର୍ଗତ ଉପର ବରଡ଼ା ଗାଁରେ ଏହି ବିଭତ୍ସ ଘଟଣା ଘଟିଛି। ମୃତକ ଜଣକ ମୁଗ ସାନ୍ତ।

ସୂଚନା ମୁତାବକ, ପ୍ରାୟ ୫ ବର୍ଷ ତଳେ ମୁଗଙ୍କ ସ୍ୱାମୀ ସାହେବ ସାନ୍ତଙ୍କ ଦେହାନ୍ତ ହୋଇଯାଇଥିଲା। ତେଣୁ ସେ ତାଙ୍କ ୩ ପୁଅଙ୍କୁ ଧରି ଅତି ଦୁଃଖକଷ୍ଟରେ ଜୀବନଯାପନ କରୁଥିଲେ। ରଜରେ ନୂଆ ଡ୍ରେସ ପିନ୍ଧିବାକୁ ମଝିଆ ପୁଅ ଜିଦି କରିଥିଲା। ଡ୍ରେସ କିଣିବାକୁ ମା’କୁ ଟଙ୍କା ମାଗିଥିଲା। ନୂଆ ଡ୍ରେସ କିଣିବାକୁ ଆବଶ୍ୟକ ଟଙ୍କା ନ ଥିବା ପୁଅକୁ ମୁଗ ବୁଝାଇଥିଲେ। ହେଲେ ଅଝଟ ପୁଅ ଏହି ଘଟଣାରେ ରାଗି ଯାଇଥିଲା। ପ୍ରତିଶୋଧ ପରାୟଣ ହୋଇ ଘରେ ଥିବା ଟାଙ୍ଗୀଆରେ ମା’କୁ ପଛରୁ ହାଣି ହତ୍ୟା କରିଥିଲା।

ମା’କୁ ହାଣିଦେଇଥିବା ନେଇ ପରେ ଗାଁ ଲୋକଙ୍କୁ କହିଥିଲା। ଗାଁ ଲୋକେ ଘରେ ପହଞ୍ଚି ଦେଖନ୍ତି ମୁଗଙ୍କ ରକ୍ତାକ୍ତ ଶରୀର ଭୂମିରେ ପଡ଼ିଛି। ପରେ ସେମାନେ ଏ ସମ୍ପର୍କରେ ନୟାକୋଟ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଶିଶୁକୁ ଥାନାକୁ ନେଇ ପଚରାଉଚରା କରୁଛି।

ad-week
Leave A Reply

Your email address will not be published.