‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧ, କଟକରେ ବିକ୍ଷୋଭ, ପୁଲିସର ଲାଠିମାଡ଼

add-all

କଟକ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧରେ କଟକ କ୍ୟାଣ୍ଟନାମଣ୍ଟ ରୋଡ୍‌ ସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ। 

ସୂଚନା ଅନୁସାରେ ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀ ବିକ୍ଷୋଭରେ ସାମିଲ ହେବା ସହ ଡିସିପି ଅଫିସ ସାମ୍ନାରେ ରାସ୍ତାରୋକ କରିଛନ୍ତି । ପରିସ୍ଥିତି ଅଣାୟତ୍ତ ହେବାପରେ ପୋଲିସ ଲାଠି ଚାର୍ଜ କରିଥିବା ଜଣାପଡିଛି । ତେବେ ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର କରା ନଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି। ରିଙ୍ଗ୍‌ ରୋଡ଼ରେ ରାସ୍ତା ଅବରୋଧ ବେଳେ ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଲାଠିମାଡ଼ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସେନାରେ ଭର୍ତ୍ତି ନେଇ ନୂଆ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଦେଶର ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ବିହାରରେ ବିକ୍ଷୋଭକାରୀମାନେ ଟ୍ରେନ୍ ପୋଡ଼ି ଦେଇଛନ୍ତି ।

ad-week
Leave A Reply

Your email address will not be published.