ବିବାହ ପାଇଁ ସବ ରେଜିଷ୍ଟାରରେ ପ୍ରେମିକା, ଆସିଲେନି ବିଧାୟକ ବର

Independence

ଜଗତସିଂହପୁର: ବିବାହ ପାଇଁ ସବ ରେଜିଷ୍ଟାରରେ ପହଞ୍ଚିଲେ ପ୍ରେମିକା। ଅଫିସରେ ପ୍ରେମିକର ବାଟକୁ ଚାହିଁ ରହିଥିଲେ। ହେଲେ ସକାଳ ଯାଇ ସଞ୍ଜ ହେଲା ଆସିଲେନି ପ୍ରେମିକ। ଏ ହେଉଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ମାମଲା। ନିଜ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚାରେ ବିଜୟ। ପ୍ରେମିକା ସୋମାଲିକାଙ୍କ ସହ ଶୁକ୍ରବାର ଥିଲା ରେଜେଷ୍ଟ୍ରି ବିବାହ ତାରିଖ।

ସୋମାଲିକା ସବ ରେଜିଷ୍ଟାର ଅଫିସରେ ପହଞ୍ଚି ଥିଲେ ହେଁ ବିଜୟ ଶଙ୍କରଙ୍କ ଦେଖା ନଥିଲା। ଏବେ ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ପ୍ରେମିକା।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ । ଗତ ମାସ ୧୭ ତାରିଖରେ ବିଜୟ ଏବଂ ତାଙ୍କ ପ୍ରେମିକା ବିବାହ ପାଇଁ ସବ ରେଜିଷ୍ଟ୍ରୀରେ ଆବେଦନ କରିଥିଲେ। ଜଗତସିଂହପୁର ଜିଲ୍ଲା ସବ ରେଜିଷ୍ଟାର ଅଫିସରେ ଆଜି ରେଜେଷ୍ଟ୍ରି ବିବାହ ପାଇଁ ଦରଖାସ୍ତକୁ ୩୦ ଦିନ ହୋଇଛି । ସୋମାଲିକାଙ୍କ ଅଭିଯୋଗ ଅନୁସାରେ ଆଜି ରେଜେଷ୍ଟ୍ରି ବିବାହ ପାଇଁ ଗତକାଲି ରାତିରେ ବିଜୟ ଶଙ୍କର ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା ହୋଇଥିଲା । ଆଜି ଆଲୋଚନା ମୁତାବକ ପ୍ରେମିକା ସୋମାଲିକା ତାଙ୍କ ଓକିଲ ଓ ପରିବାର ସହିତ ସବ ରେଜିଷ୍ଟାର ଅଫିସରେ ପହଞ୍ଚି ଥିଲେ ହେଁ ବିଜୟ ଶଙ୍କରଙ୍କ ଦେଖା ନଥିଲା । ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ବିଜୟ ନ ଆସିବାରୁ ଶେଷରେ ଘରକୁ ଫେରିଛନ୍ତି ସୋମାଲିକା। ଏବେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ସୋମାଲିକା । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.