ଥଣ୍ଡା, କାଶ ହେଲେ ତୁରନ୍ତ ଆଇସୋଲେଟ୍ ହୁଅନ୍ତୁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ଵର : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ଥଣ୍ଡା, କାଶ ଓ ଜ୍ୱର ହେଲେ ଲୋକମାନେ ତୁରନ୍ତ ନିଜକୁ ଆଇସୋଲେଟ କରନ୍ତୁ, ଟେଷ୍ଟିଂ କରାନ୍ତୁ। ତାହାହେଲେ ଯାଇ ସେମାନେ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ ରଖିପାରିବେ। ସଂକ୍ରମଣକୁ ରୋକା ଯାଇପାରିବ।

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଏବେ ରାଜ୍ୟରେ ୧୦ ହଜାର ଟେଷ୍ଟରୁ ୨୫ ପଜିଟିଭ୍ ବାହାରୁଛି । ପଜିଟିଭିଟି ହାର ୦.୦୫ ପ୍ରତିଶତ ପାଖାପାଖି ରହୁଛି । ତେଣୁ କୋଭିଡକୁ ନେଇ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ । ଯେହେତୁ ଭାଇରସ୍ ଅଛି, ସଂକ୍ରମଣ ବି ଅଛି । ସଂକ୍ରମଣ ଏଭଳି ତଳ ଉପର ହେବ। କେଉଁଠି ବଢ଼ିବ ତ କେଉଁଠି କମିବ । କ୍ଲଷ୍ଟର ଆଉଟବ୍ରେକ୍ ହେବ । ତେବେ ମୁଖ୍ୟ କଥା ହେଉଛି, କେତେ ଲୋକ ଗୁରୁତର ହେଉଛନ୍ତି ଓ ଡାକ୍ତରଖାନା ଯାଉଛନ୍ତି। ଯେଉଁଠି କ୍ଲଷ୍ଟର ଆଉଟବ୍ରେକ୍ ହେଉଛି, କଣ୍ଟାକ୍ଟ ଟ୍ରେସିଂ କରି ଆଇସଲେଟ୍ କରି ଟ୍ରିଟମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି ।

ad-week
Leave A Reply

Your email address will not be published.