ସିମୁଳିଆରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

add-all

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ ଅଞ୍ଚଳରେ। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ରିଆ ଗ୍ରାମର ଉପେନ୍ଦ୍ର ନାୟକଙ୍କ ପୁତ୍ର ପ୍ରଦୀପ ନାୟକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପଳାଇ ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକମାନେ ଦେଖି ଆମ୍ବୁଲାନ୍ସ ଦ୍ଵାରା ମୃତଦେହକୁ ଉଦ୍ଧାର କରି ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ।

ମୃତ ପ୍ରଦୀପଙ୍କର ବେକ, ମୁଣ୍ଡକୁ ଦୁର୍ବୃତ୍ତମାନେ ଏକ ଧାରୁଆ ଅସ୍ତ୍ରରେ ହାଣିଥିବା ବେଳେ ହାତକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପ୍ରଭାସ କୁମାର ଜେନା ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.