ନିଶା ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଦେଲା ପୁଅ!

add-all

ଅନୁଗୋଳ: ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସାମାନ୍ୟ ଟଙ୍କା ପାଇଁ ସେହି ମା’କୁ ହାଣି ହତ୍ୟା କଲା ପୁଅ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଲିୟାରୀ ଥାନା ଅନ୍ତର୍ଗତ ନାକିଟି ସାହିରେ। ମୃତ ମହିଳା ଜଣଙ୍କ ହେଲେ ଜୁଲେଇ ବିଶ୍ୱାଳ। ତାଙ୍କୁ ୬୨ବର୍ଷ ହୋଇଥିଲା। ପୁଅ ମନୋଜ ବିଶ୍ୱାଳଙ୍କୁ ପୁଲିସ ଅଟକ ରଖି ପଚରାଉରାର କରୁଛି।

ଗତକାଲି ସନ୍ଧ୍ୟା ସମୟରେ ମନୋଜ ଓ ତାଙ୍କ ମା’ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ମନୋଜ ରାଗିଯାଇ ଏକ ଧାରୁଆ ଅସ୍ତ୍ର ଆଣି ମା’କୁ ହାଣି ଦେଇଥିଲା। ଜୁଲେଇଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକ ଦୌଡି ଆସିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜୁଲେଇଙ୍କୁ ମୃତ ଘୋଷଣା କରିଥିଲେ।

ମନୋଜ ନିଶା ଖାଇବା ପାଇଁ ମା’କୁ ଟଙ୍କା ମାଗିଥିଲା। ହେଲେ ମା’ ପୁଅକୁ ଟଙ୍କା ଦେବାକୁ଼ ମନା କରିବାରୁ ମନୋଜ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.