ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ସଫଳ ମୁକାବିଲା କରିବା ନିମନ୍ତେ ବ୍ଳକ ସ୍ତରିୟ ଅଭ୍ୟାସ ପ୍ରସ୍ତୁତି ବୈଠକ…

add-all

ହିଞ୍ଜିଳିକାଟୁ : ପ୍ରାକୃତିକ ବିପର୍ଯ୍ୟୟ ଓ ସଫଳ ମୁକାବିଲା କରିବା ନିମନ୍ତେ ବ୍ଳକ ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (ଟେବୁଲ ଟପ ଏକ୍ସସାଇଜ)ଟିଟିଇଏକ୍ସ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ବ୍ଳକ ପରିଷର କାର୍ଯ୍ୟଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରାଯାଇପାରିବ ସେଥିପାଇଁ , ବନ୍ୟା ଆଶ୍ରୟ ସ୍ଥଳୀ ବ୍ଲକସ୍ତରୀୟ ମକ ଡ୍ରିଲ (Table Top Exercise) ଆଜି(ଶନିବାର) ଅନୁଷ୍ଠିତ ହୋଇଯାଇଛି । ଏହିପ୍ରରିପେକ୍ଷିରେ ଜିଲ୍ଲା ପ୍ରଶାସନଦ୍ୟାରା ପ୍ରସ୍ତୁତ ସାଇକ୍ଳୋନ ସିତ୍ରାଙ୍ଗ ପରିଚାଳନା ନିମନ୍ତେ ଏକ ଅଭ୍ୟାସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅଭ୍ୟାସ କାର୍ଯ୍ୟକ୍ରମ ରବିବାର ସକାଳ ଦଶ ଘଣ୍ଟା ସମୟରେ ହିଞିଳିକାଟୁ ବ୍ଳକ ବଳରାମପୁର ଗ୍ରାମରେ ଅପରାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି ହିଞିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସୂଚନା ପ୍ରଦାନ କରିଥିଲେ । ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରୁଷିକୁଲ୍ୟା ନଦୀ ଓ ଘୋଡାହଡ ନଦୀ କୂଳର ଗ୍ରାମଗୁଡିକ ଚିହ୍ନଟ କରିବା ସହ ସେମାନଙ୍କ ସୁରକ୍ଷା ସହ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା।ଶିଷୁ ,ବୃଦ୍ଧା ଓ ଗର୍ଭବତୀଙ୍କ ସୁରକ୍ଷା ସହ ଏଏନ ଏମ ,ଅଙ୍ଗନୱାଡି ଓ ପଚାଁୟତ ଅଧିକାରୀଙ୍କ ସହ ରାଜସ୍ୱ ନିରୀକ୍ଷକ ମାନଙ୍କ ସହଭାଗିତା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ରେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା,

ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ହିଞ୍ଜିଳି କାଟୁ ୬୭ ଜିଲ୍ଲା ପରିଷଦ ସଭ୍ୟ ଵାଇ ଗିତାଞଳି ହିଞ୍ଜିଳିକାଟୁ ଏବିଡିଓ ଅରୁଣ କୁମାର ପ୍ରଧାନ, ହିଞ୍ଜିଳିକାଟୁ ବ୍ଲକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ହିଞ୍ଜିଳିକାଟୁ ବିଦ୍ବୁତ ବିଭାଗ ସହକାରୀ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ଦାସ, ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଅଧିକାରୀ ଗୌତମ କୁମାର ସାହୁ, ହିଞ୍ଜିଳିକାଟୁ ପୁର୍ତ୍ତବିଭାଗ ସହକାରୀ ଯନ୍ତ୍ରି ଉମାକାନ୍ତ ପାଢୀ, ହିଞ୍ଜିଳିକାଟୁ କୃଷି ବିଭାଗ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀ ହିଞ୍ଜିଳିକାଟୁ ପଶୁ ସମ୍ପଦ ଚିକିତ୍ସାଳୟ ଅଧୀକାରୀ, ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅଶୋକ କୁମାର ତ୍ରିପାଠୀ,ହିଞ୍ଜିଳିକାଟୂ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ଏବିଇଓ ସୁସିଲ କୁମାର ପାତ୍ରଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧୀକାରୀ ଙ୍କ ସମେତ ବ୍ଳକର ସମସ୍ତ ପଚାଁୟତ ସରପଚଂ ଓ ବ୍ଳକ କାର୍ଯାୟାଳୟର କର୍ମଚାରି ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.