ବିଦ୍ୟୁତ୍ ଆଘାତରେ ମହିଳା ଶ୍ରମିକ ମୃତ

add-all

ହିଞ୍ଜିଳିକାଟୁ (୧୯।୦୬) : ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରାଞ୍ଚଳ ୧୯ ନଂ ଓ୍ବାର୍ଡ ମାଷ୍ଟ୍ର କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମ ଦାସ ସାହିର ଅନିଳା ଦାଶ (୩୨) । ଏ ନେଇ ହିଞ୍ଜିଳି ଥାନାରେ ନଂ ୧୯/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ରଵିବାର ଅନିଳା ଜୈନିକ ମିସ୍ତ୍ରିଙ୍କ ସହ ବଇଁଚବଣିଆ ମାଷ୍ଟ୍ରକଲୋନି ଟୁନା ସାହୁଙ୍କ ଉପର ଘର କାନ୍ଥ ପଲସ୍ତର କାମ କରିବାକୁ ଯାଇଥିଲେ । କାମ ଚାଲିଥିବା ସମୟରେ ହଠାତ୍ ବିଜୁଳି ମାରିବା ସହ ବର୍ଷା ହୋଇଥିବାବେଳେ ଘର ଭିତରେ ଅସାବଧାନତା ବଶତଃ ବିଦ୍ୟୁତ ଆଘାତରେ ଟଳିପଡିଥିଲେ। ପାଖରେ କାମ କରୁଥିବା ଅନ୍ୟ ଶ୍ରମିକ ମହିଳାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ନିର୍ମାଣଧୀନ ଘରମାଲିକ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ସଫେଇ ଦେଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଦାସ କହିଛନ୍ତି ।

ad-week
Leave A Reply

Your email address will not be published.