ତୃତୀୟ ଦିନରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ସଂଗଠନ


ଦୃଢତା ର ମନ୍ତ୍ର ଦେଲେ ଜିଲ୍ଲା ପରିଷଦ ଅଧକ୍ଷା ସୁଲତାରାଣୀ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଆଜି ଅର୍ଥାତ ଶନିବାର ଦିତୀୟ ଦିନରେ ପହଞ୍ଚିଛି।ଆଜିର କାର୍ଯ୍ୟକ୍ରମ ସଖାଳ ୬ଘଣ୍ଟା ୩୦ମି ଆରମ୍ବ ହୋଇ ପ୍ରଥମେ ତୈଳିକ ସମାଜ ର ଆରାଧ୍ୟ ଦେବତା କୁଳଗଙ୍ଗା ଙ୍କ ନିକଟରେ ବିଭୂ ପ୍ରାର୍ଥନା ଓ ପୂଜାର୍ଚ୍ଚନା ସାରି କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ଙ୍କ ସ୍ୱାଗତ ସମ୍ଭାଷଣ ଓ ଆମନ୍ତ୍ରିତ କ୍ରମେ କେନ୍ଦ୍ରୀୟ ପରିଷଦ ର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ମହାସଭାର ସଭାପତି ଶ୍ରୀ ଦଣ୍ଡାସି ସାହୁ, କେନ୍ଦ୍ର ସଭାପତି ଶ୍ରୀ ଶରତ କୁମାର ସାହୁ,ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସତ୍ୟ ନାରାୟଣ ସାହୁ, ସଙ୍ଗଠନ ସମ୍ପାଦକ ତ୍ରିପତି ସାହୁ, ଅଫିସ ସମ୍ପାଦକ ନୀଳମଣି ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ,ଆଞ୍ଚଳିକ ସଭାପତି ଧର୍ମା ସାହୁ, ଚନ୍ଦ୍ରଶେଖର ସାହୁ, ଅଭିମନ୍ୟୁ ସାହୁ,ରାଧାକାନ୍ତ ସାହୁ ଙ୍କ ସମେତ ସମସ୍ତ ଗ୍ରାମ ପରିଷଦ ସଭାପତି ମଞ୍ଚାସିନ ହୋଇଥିଲେ।ଏହା ପରେ ମହାସଭା ସଭାପତି ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ବ ହୋଇ ମଞ୍ଚାସିନ କର୍ମକର୍ତ୍ତା ମାନେ ସମାଜ ଗଠନ,କୁସଂସ୍କାର, ଶିକ୍ଷା ସ୍ୱାସ୍ଥ୍ୟ, ସମାଜ ରେ ଯୌତୁକ ଏକ ସାମାଜିକ ବ୍ୟାଧି, ବାଲ୍ୟ ବିବାହ,ନାରୀ ନିର୍ଯ୍ୟାତନା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ।ଏହା ପରେ ମହୁରିମଣ୍ଡଳ ହରିଦ୍ରା ତୈଳିକ ବୈଶ୍ୟ ସମାଜ ସଭାପତି ଶ୍ରୀ କୀର୍ତ୍ତନ ସାହୁ, ସାତରାଜ୍ୟ ତୈଳିକ ସମାଜର ସମ୍ପାଦକ ଶ୍ରୀ ନାରାୟଣ ସାହୁ ଉପସ୍ଥିତ ହୋଇ ମଞ୍ଚାସିନ ହେବା ସହ ସମାଜର ସାମାଜିକ ସଂଗଠନ ଉପରେ ମତ ପ୍ରକାଶ କରିଥିଲେ।ଏହାପରେ ପରେ ନିମନ୍ତ୍ରିତ ଅତିଥି ଗଣ ଯଥା ଆସ୍କା ସାଂସଦ ପ୍ରମିଳା ବିଶୋଇ,ଧରାକୋଟ ରାଣୀ ସାହେବା ଯଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଲତା ରାଣୀ ସ୍ୱାଇଁ ପହଁଚିବା ପରେ ସେମାନଙ୍କୁ ସସମ୍ମାନ ସହ ପାଛୋଟି ଆଣି ମଞ୍ଚାସିନ କରାଇବା ପରେ ନିଜର ବକ୍ତବ୍ୟ ପ୍ରଦାନ ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସମାଜର ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ।ଏହା ପରେ ସନ୍ଧ୍ୟା ଆଳତି ସାରି ପାଟପୁର ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ସ୍ୱାଇଁ ଆଧ୍ୟାତ୍ମିକ ପ୍ରବଚନ ସାଙ୍ଗକୁ ସାମାଜିକ ସଂସ୍କାର ମୂଳକ କାର୍ଯ୍ୟ ଉପରେ ଆଲୋକ ପାତ କରିଥଲେ।

ad-week
Leave A Reply

Your email address will not be published.