
ଉମରକୋଟ : ପନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟେତ ଛତାବେଡ଼ା 1 ନମ୍ବର ଡି, ଏନ, କେ ଗାଁର ଏକ ବିଧବା ମାର ପୁଅ ନିଖୋଜ କୁ ନେଇ ଅଂଚଳରେ ଦୁଃଖ ଭରା ପରିବେଶ ଦେଖିବାକୁ ମିଳିଛି , ସୂଚନା ଅନୁଯାୟୀ ତାଙ୍କ ସାନ ପୁଅ ଉତ୍ପଳ ସରକାର ଯିଏ କି ପ୍ଳାସ ଥ୍ରୀ କମ୍ପ୍ଲିଟ କରିବା ପରେ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରାଇଘର ସ୍ଥିତ ପ୍ରନବ ବିଶ୍ୱାସ ପିତା କ୍ଷିତିଶ ବିଶ୍ୱାସଙ୍କ ଏକ ଟ୍ରାକଟର ପାର୍ସ ବିକ୍ରେତା ଦୋକାନରେ ପ୍ରାୟ ତିନି ବର୍ଷ ହେବ ଆକାଉଣ୍ଟଟେଣ୍ଟଡେଣ୍ଟ ଭାବେ କାମ କରି ଆସୁଥିଲା ଗତ 13,6,2022ରିକରେ ସବୁଦିନ ଭଳି ଘରୁ ବାହାରି ରାଇଘର କାମ କରିବାକୁ ଯାଇଥିଲେ କିନ୍ତୁ ଵିଲୋମ୍ବିତ ରାତି ଯାଏ ଘରେ ନ ପହଂଚିବାରୁ ଘର ଲୋକ ମାନେ ଦୋକାନ ମାଲିକକୁ ଫୋନ କରି ଜାଣିବାକୁ ପାଇଲେ ଯେ ସେ ଦିନ ବାରୋଟାରେ ଛୁଟି ନେଇ ଘରକୁ ଯାଇଛି କହି ଚାଲି ଯାଇଛି ଏହା ଶୁଣି ବା ପରେ ଆଖ ପାଖ ତାଙ୍କର ବନ୍ଧୁ ବାନ୍ଧବ ଘରକୁ ଫୋନ ଜୋରିଆରେ ଖବର ନେବାରୁ ଚେଷ୍ଟା କଲେ କିନ୍ତୁ ସମସ୍ତେ କହିଲେ ଆମେ କିଛି ଜାଣିନୁ ବା ଆମ ଘରକୁ ସେ ଆସି ନାହିଁ l ତାପରେ ଗତ 14,6,2022ତାରିକ୍ଷ ରେ ବିଭିନ୍ନ ଜାଗାରେ ଅନୁସନ୍ଧାନ କରି ପୁଅ ଉତ୍ପଲର କୌଣସି ଖବର ପାଇଲେ ନାହିଁ, ଶେଷରେ ବାଧ୍ୟ ହୋଇ କୌଣସି ଉପାୟ ନପାଇ 15,6,2022ରିକରେ ଉତ୍ପଲର ବଡ଼ ଭାଇ ଉଜ୍ଜଲ ସରକାର ରାଇଘର ପୁଲିସ ଷ୍ଟେସନ ଯାଇ ଏକ ମିସିଂ ରିପୋର୍ଟ ଦେଲେ l ରାଇଘର ଆଇ,ଆଇ, ଛି, ଶ୍ରୀ ଟଙ୍କଗିରି ଭୋଇ MMR PART I SL/ NO 14, ଡେଟ 15.6.2022 GD NO -08ରେ ଏକ ମିସିଂ କେଶ ଗ୍ରହଣ କରି ତଦନ୍ତ ଚାଲୁ ରଖିଛନ୍ତି, ଆଜିକୁ ସାତ ଦିନ ବିତିଯାଇଛି କିନ୍ତୁ କେହି ତାହାର ଖବର ପାଇଁ ପାରି ନାହାନ୍ତି ଏପଟେ ବିଧବା ମା କାନ୍ଦି କାନ୍ଦି ଆଖିର ଲୁହ ଆଖିରୁ ଶୁଖୁ ନାହିଁ ନ ଖାଇ ନ ପିଇ ପାଗେଳୀ ପରି ପୁଅର ବାଟ ଚାହିଁ କାହାକୁ କିଛି ନ କହି ଘର ସାମ୍ନାରେ ବସି ରହିଛି l ପୁଅ ର ନିଖୋଜ କୁ ନେଇ କାହା ପ୍ରତି କିଛି ସନ୍ଦେହ କିମ୍ବା ଅଭିଯୋଗ ଅଛି କି ବୋଲି ପୋଲିସ ପଚାରିବାରୁ ନିଖୋଜ ଉତ୍ପଲର ମା କହିଲେ ମୋର କାହା ପ୍ରତି ସନ୍ଦେହ ବା ଅଭିଯୋଗ ନାହିଁ l ରାଇଘର ଟ୍ରାକଟର ପାର୍ଟସ ବିକ୍ରେତା ପ୍ରନବ ବିଶ୍ୱାସଙ୍କୁ ପଚାରିବାରୁ କହିଲେ 13,6,2022ରିକରେ(12) ବାରୋଟାବେଳେ ବଡ଼ ଭାଇ ଘରେ ଡାକୁଛନ୍ତି କହି ମୋଠୁ ପାଞ୍ଚ ଶହ ଟଙ୍କା ମାଗି ଦୋକାନରୁ ଯାଇଥିଲେ ତା ପରେ ସେ କୁଆଡ଼େ ଗଲେ କଣ ହେଲା ମୁଁ କିଛି ଜାଣି ନାହିଁ l ଜିଲ୍ଲା ପ୍ରଶାସନ ଏହି ବିଧବା ମା ଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରକୃତ ଘଟଣା କଣ ତାହା ଉନ୍ମୋଚନ କରିବା ସହିତ ଏକ ନିରୀହ ମା ର କୋଳକୁ ପୁଅ ଫେରି ଆସି ଥାନ୍ତା ବୋଲି ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି..