ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ୩ ଭଉଣୀ; ଜଣେ ମୃତ

add-all

ବାଲେଶ୍ବର: ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଧିନସ୍ଥ ବାଲିଆପାଳ ବ୍ଲକର ରେମୁଁ ଗ୍ରାମରେ ରବିବାର ଘଟିଛି ଏକ ଅଘଟଣ। ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ତିନି ଭଉଣୀ। ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ମାମୁଁ ବାହାଘରକୁ ଆସିଥିବା ତିନି ଭଉଣୀ ପୋଖରୀରେ ଗାଧେଇବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ଜଣେ ଭଉଣୀ ବୁଡିଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇ ଭଉଣୀ ଯାଇଥିଲେ। କିନ୍ତୁ ସେମାନେ ମଧ୍ୟ ବୁଡିଯାଇଥିଲେ। କିଛି ସମୟ ପରେ ପାଖରେ ଥିବା ଏକ ଛୋଟ ପିଲା ଅନ୍ୟମାନଙ୍କୁ ଡାକ ପକାଇବା ପରେ ତିନି ଭଉଣୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ସେଠାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।ପରେ ଗୁରୁତର ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.