ରଥ କାଠ ଯୋଗାଣ ନେଇ ସ୍ୱତନ୍ତ୍ର ସମୀକ୍ଷା ବୈଠକ

add-all

ପୁରୀ: ବନବିଭାଗ ପକ୍ଷରୁ ପୁରୀରେ ରଥ କାଠ ଯୋଗାଣକୁ ନେଇ ଆଜି ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼, ପୁରୀ ସମେତ ୬ଟି ବନ ବିଭାଗର ଅଧିକାରୀ ଓ ବରିଷ୍ଠ ବନ ଅଧିକାରୀ ସାମିଲ ହୋଇଥିଲେ। ରଥ ନିର୍ମାଣ ନେଇ ଆବଶ୍ୟକୀୟ ରଥ କାଠ ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେ ଦିଗରେ ବନ ବିଭାଗ ଅଧିକାରୀ ମାନେ ରଥ ନିର୍ମାଣ କରୁଥିବା ମହାରଣା ଓ ଭୋଇ ସେବକଙ୍କ ସହ କରିଛନ୍ତି ଆଲୋଚନା କରିଥିଲେ।

ବିଶେଷ କରି ଆବଶ୍ୟକୀୟ କାଠ ଯୋଗାଣ ନେଇ ବନ ପ୍ରକଳ୍ପ ପ୍ରତିଷ୍ଠା ତଥା କାଠ ଯୋଗାଣ ସମସ୍ୟା ଦୂର କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଭୁବନେଶ୍ୱରର ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ମନୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.