ନିଶା ସେବନ କରି ବଙ୍ଗୀୟ ମହିଳାଙ୍କ ଉନ୍ମତ୍ତକାଣ୍ଡ

add-all

ପୁରୀ : ନିଶା ସେବନ କରି ମହିଳାଙ୍କ ଉନ୍ମତ୍ତ କାଣ୍ଡ । ପୁରୀ ସିଟି ରୋଡ୍ ସ୍ଥିତ ବେଳାଭୂମି ନିକଟ ଚକାଡୋଳା ଟୁର ଆଣ୍ଡ ଟ୍ରାଭେଲ ନିକଟରେ ଜଣେ ବାଙ୍ଗୀୟ ମହିଳା ଗତକାଲି ରାତିରେ ନିଶା ଖାଇ ଉନ୍ମତ୍ତ କାଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ବଙ୍ଗୀୟ ଦମ୍ପତି ପୁରୀ ବୁଲିବାକୁ ଆସି ଚକାଡୋଳା ଟୁର ଆଣ୍ଡ ଟ୍ରାଭେଲ ନିକଟରେ ଏକ ସ୍କୁଟି ଭଡାରେ ନେଇ ବୁଲିବାକୁ ଯାଇଥିଲେ।

ବଙ୍ଗୀୟ ଦମ୍ପତି ନିଶା ସେବନ କରି ସ୍କୁଟି ନେଇକି ଆସି ଚକାଡୋଳା ଟୁର ଆଣ୍ଡ ଟ୍ରାଭେଲରେ ଦେଇଥିଲେ। ପରେ ଟୁର ଆଣ୍ଡ ଟ୍ରାଭେଲର ମାଲିକ ଏବଂ ବଙ୍ଗୀୟ ଦମ୍ପତି ମଧ୍ୟରେ କୌଣସି କଥାକୁ ନେଇ କଥା କଟା କଟି ହୋଇଥିଲା।

ପରେ ଟ୍ରାଭେଲର ମାଲିକ ଉତ୍ୟକ୍ତ ହୋଇ ବଙ୍ଗୀୟ ପର୍ଯ୍ଯଟକଙ୍କୁ ଚାପୁଡ଼ା ମାରିଥିଲେ । ତା ପରେ ନିଶାଗ୍ରସ୍ତ ମହିଳାଙ୍କ ଆରମ୍ଭ ହୋଇଥିଲା ହାଇଡ୍ରାମା। ବଙ୍ଗୀୟ ପର୍ଯ୍ଯଟକ ମାଡ଼ ଖାଇ ଟୁର ଆଣ୍ଡ ଟ୍ରାଭେଲ ନିକଟରେ ଛିଡା ହୋଇ ପାଟି କରିଥିଲେ। ସେଠାରେ ସ୍ଥାନୀୟ ଲୋକ ବୁଝାସୁଝା କରିବା ସତ୍ୱେ ଘଟଣାକୁ ଆୟତ କରିପାରିନଥିଲେ l ପରେ ପୋଲିସ ଆସି ଘଟଣାସ୍ଥଳରେ ପହଁଚିଥିଲେl କିନ୍ତୁ ପୋଲିସକୁ ମଧ୍ୟ ବଙ୍ଗୀୟ ମହିଳା ଜଣକ ଚାଲେଞ୍ଜ ଦେଇକି କହିଥିଲେ ମୋ ସାମ୍ନାରେ ମୋତେ ମାଡ଼ ମାରିଥିବା ଯୁବକଙ୍କୁ ଗିରଫ କର। ପରେ ସେଠାରେ ପୋଲିସ ଉକ୍ତ ବଙ୍ଗୀୟ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । କିନ୍ତୁ ମହିଳା ପୋଲିସ ସେଠାରେ ଉପସ୍ଥିତ ନ ଥିବାରୁ ଘଟଣାକୁ ଆୟତ୍ତ କରାଯାଇପାରି ନଥିଲା।

ad-week
Leave A Reply

Your email address will not be published.