ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

add-all

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡ଼ିତ ଚତୁର୍ଦ୍ଧାମୂର୍ତ୍ତି। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ରବିବାର ହେଉଛି ଅଣସରର ପଞ୍ଚମ ଦିବସ। ଏବେ ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ପଞ୍ଚମୀରେ ମହାପ୍ରଭୁଙ୍କ ଶରୀରରେ ଫୁଲୁରି ତେଲ ଲାଗି ହେବାର ବିଧି ରହିଛି।

ଆଜି ହେଉଛି ଆଷାଢ଼ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ନିକଟରେ ଫୁଲୁରି ତେଲ ଲାଗି କରାଯାଏ। ରବିବାର ମଧ୍ୟାହିନ ଧୂପ ପରେ ବଡ ଓଡ଼ିଆ ମଠରୁ ଦୁଇଟି ମାଟିହାଣ୍ଡି ଫୁଲୁରୀ ତେଲ ଆସି ଗାରଦରେ ରଖାଯାଇଥିଲା। ରାତିରେ ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମାଲିସ କରାଯାଇଥାଏ।

ଫଳରେ ଧିରେଧିରେ ସୁସ୍ଥ ହେବାରେ ଲାଗନ୍ତି ମହାପ୍ରଭୁ। ଗତବର୍ଷ ହେରାପଞ୍ଚମୀ ଦିନ ବଡ଼ଓଡିଆ ମଠରୁ ଛଅସେର ଖାଣ୍ଟି ରାଶିତେଲ ଆସିଥାଏ। ଗୋଟିଏ ଘଡିରେ କେତକି, ହେନା, ଜୁଇ, ମଲ୍ଲି ଆଦି ଅନେକ ସୁଗନ୍ଧିତ ପୁଷ୍ପ ପକାଇ ଦିଆଯାଇ ପୋତି ଦିଆଯାଏ। ଗତକାଲି ପୋତା ହୋଇଥିବା ଘଡିକୁ କାଢି ଫୁଲୁରି ତେଲ ପ୍ରସ୍ତୁତ କରାଯାଇଥିଲା। ରବିବାର ଅପରାହ୍ନରେ ଏହି ତେଲକୁ ଓଡ଼ିଆ ମଠ ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠାଇଥିଲେ। ସେହି ଫୁଲୁରୀ ତେଲକୁ ମହାପ୍ରଭୁଙ୍କ ଶରୀରରେ ମହୌଷଧି ଭାବେ ବ୍ୟବହାର କରାଯାଇଥାଏ।

ad-week
Leave A Reply

Your email address will not be published.