ହାତୀ କଙ୍କାଳ ମିଳିବା ମାମଲାରେ ଫରେଷ୍ଟ ଗାର୍ଡ ନିଲମ୍ୱିତ

add-all

ଆଠଗଡ଼ : ହାତୀ କଙ୍କାଳ ମିଳିବା ମାମଲାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରିଛି। ଏଥିସହ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଗତ ୧୪ ତାରିଖରେ ଆଠଗଡ ବନ ବିଭାଗ ପକ୍ଷରୁ ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା।

ଏହି ଘଟଣାରେ ୬ ଜଣ ବନ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ମୋଟ୍‌ ୭ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ ହାତୀକୁ ଗୁଳି ମାମଲାରେ ବନ ବିଭାଗ ୩ ଜଣକୁ ଗିରଫ କରିଛି।

ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ମାମଲାର ତଦନ୍ତ ପାଇଁ ବନ ବିଭାଗ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଶିକାରୀମାନେ ହେଲେ ସୂର୍ଯ୍ୟମଣି ନାୟକ(୪୨), ଗଙ୍ଗାଧର ନାୟକ(୬୨) ଓ ଦିବାକର ସାହୁ। ଅଭିଯୁକ୍ତଙ୍କ ଘର ନରସିଂହପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ବନ ବିଭାଗ ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଏ ନେଇ ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.