ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

add-all

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ୨୪ ଘଣ୍ଟାରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ଆଗାମୀ ୫ଦିନ ଯାଏ ଏହି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଜ୍ୟର ୨ଟି ସ୍ଥାନରେ ଅତି ପ୍ରବଳ ଓ ୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଜୁନ ୧୪ ତାରିଖରେ ବର୍ଷାର ପରିମାଣ ୧୪.୧ ମିଲିମିଟର ରହିଥିଲା। ଯାହା ସ୍ୱାଭାବିକ ଠାରୁ ୮୦ ପ୍ରତିଶତ କମ୍‌ ଥିଲା।

ଆସନ୍ତାକାଲି ପାଇଁ ରାଜ୍ୟର ୧୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ମୟୂରଭଞ୍ଜ ଓ ଢ଼େଙ୍କାନାଳ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ବର୍ଷାକୁ ଦୃଷ୍ଟିରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ତେବେ ବର୍ଷା ଲାଗି ରହିବା ଦ୍ୱାରା ନିଅଣ୍ଟିଆ ବର୍ଷା କିଛି ମାତ୍ରାରେ ଭରଣା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ୧୬ତାରିଖ ସୁଦ୍ଧା ୩ ଟି ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିଲା। ବର୍ତ୍ତମାନ ସାରା ରାଜ୍ୟକୁ ଛୁଇଁଛି ମୌସୁମୀ। ଆଜି ପାଇଁ ୬ ଜିଲ୍ଲା କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର ।

ad-week
Leave A Reply

Your email address will not be published.