ଜିଲ୍ଲାକୋର୍ଟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସଞ୍ଜୀବ ଦୁବେ ଯୋଗ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ମୂଳ ଲକ୍ଷ ସମ୍ବନ୍ଧରେ କହିଥିଲେ। କୋର୍ଟ ର ସମସ୍ତ ବିଚାରପତି, ଆଇନଜୀବୀ ଓ ଉପସ୍ଥିତ କୋର୍ଟ କର୍ମଚାରୀ ମାନଙ୍କୁ ସୁଶୀଲ ଜୈନ ଯୋଗ ପ୍ରଶିକ୍ଷଣ ଦେଇ ଯୋଗ ଓ ବ୍ୟାୟାମ ର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ଓ ଯୋଗ ଦ୍ୱାରା ଉତ୍ତମ ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ରକ୍ଷା ହେବା ସହ ବିଭିନ୍ନ ରୋଗର ପ୍ରତିକାର ହୋଇଥାଏ ବୋଲି କହିଥିଲେ। ପ୍ରତିଦିନ ଯୋଗାଭ୍ୟାସ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ପରିବାର ଅଦାଲତ ବିଚାରପତି ଡଃ ମୁନ୍ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ପ୍ରଣତି ସାହା, ଅତିରିକ୍ତ ଜିଲ୍ଲା ଜଜ୍ ଶିବ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ଏସ୍. ଡି. ଜେ. ଏମ୍. ପ୍ରିୟରଞ୍ଜନ ଓଝା, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବୀ ସଦାଶିବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.