କୋଭିଡ୍ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭିଲାନ୍ସ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

add-all

ଭୁବନେଶ୍ଵର: ରାଜ୍ୟରେ ଉପର ମୁହାଁ ହେଉଛି କରୋନା ମିଟର। ଏନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ସହ ଟିଭି, ଫାଇଲେରିଆ, ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ କରାଯାଉଛି।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଗତ ୧୫ ଦିନରେ ରାଜ୍ୟରେ ସଂକ୍ରମଣ ସିଙ୍ଗଲ ଡିଜିଜରେ ରହୁଥିଲା। ଏବେ ତାହା ବଢିବା ଆରମ୍ଭ କରିଛି, କିନ୍ତୁ ତାହା ଏତେ ଅଧିକ ନୁହେଁ । ହସ୍ପିଟାଲରେ ଅଧିକ ରୋଗୀ ଭର୍ତ୍ତି ହୋଇନାହାଁନ୍ତି । ତଥାପି ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରିବୁ । ଏହାବାଦ୍ ସମସ୍ତେ ଟିକା ନିଅନ୍ତୁ ବୋଲି ସମସ୍ତଙ୍କୁ ଅପିଲ୍ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ୍ ଭାରିଏଣ୍ଟର ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ad-week
Leave A Reply

Your email address will not be published.