ହିଞ୍ଜିଳିକାଟୁରେ ଯୋଗ ଦିବସ ପାଳିତ

add-all

ହିଞ୍ଜିଳିକାଟୁ (୨୧।୬) : ପ୍ରତିବର୍ଷ ୨୧ ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିଵସ ରୂପରେ ପାଳନ କରାଯାଇଥାଏ । ଏହି ଗୋଟିଏ ଦିନ ଯୋଗର ମାହାତ୍ମ୍ୟ ଏବଂ ଯୋଗର ଉପଯୋଗୀତା ସମ୍ୱନ୍ଧରେ ସଚେତନତା କରାଯାଇଥାଏ । ଯୋଗ ଶରୀରକୁ ଫିଟ ରଖିବା ସହିତ ଶରୀର ସାଥିରେ ଯୋଡି ହୋଇଥିବା ସମସ୍ତ ସମସ୍ୟାର ଉପାୟ ଅଟେ । ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହି ଯୋଗ ଦିଵସ ପାଳିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲ୍, ସରକାରୀ ଵୃନ୍ଦାବନ ବିଦ୍ୟାଳୟ, ହିଞ୍ଜିଳିକାଟୁ ବରାହି ପାହାଡ ଉପରେ ଗାୟତ୍ରୀ ପରିବାର ତରଫରୁ, ହିଞ୍ଜିଳିକାଟୁ ପୌରପରିଷଦ ମିନି ଷ୍ଟାଡିୟମ ପରିସରରେ ଆର ଏସ ଏସ ତରଫରୁ ଶିଶୁ ବିଦ୍ୟାମନ୍ଦିର,ବିଭିନ୍ନ ସ୍ଥାନରେ “ଯୋଗ ଏବଂ ସୁସ୍ଥ ସମାଜ ଜୀବନ” ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳରେ ଵିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ପଲେଈ ଯୋଗଦେଇ ଯୋଗ ହିଁ ଜୀବନର ଅମୂଲ୍ୟ ଵିନ୍ଦୁ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ବୁଝାଇଥିଲେ।

ad-week
Leave A Reply

Your email address will not be published.